ନୂଆଦିଲ୍ଲୀ : ଚନ୍ଦ୍ରୟାନ – ୩ ଉତକ୍ଷେପଣ କରିବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଆସନ୍ତା ଜୁଲାଇ ୩୦ ରେ ୬ଟି ସହ-ଯାତ୍ରୀ ଉପଗ୍ରହ ସହିତ ପିଏସଏଲଭି –ସି୫୬ (PSLV-C୫୬) ମିଶନ ଆରମ୍ଭ କରିବ । ଆଜି, ISRO ଟ୍ୱିଟ୍ କରି ଏହି ସୂଚନ୍ ଦେଇଛି । ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ପିଏସଏଲଭି –ସି୫୬ ।
ଇସରୋ ସୂଚନା ଦେଇଛି ଯେ, PSLV-C୫୬ DS-SAR ଉପଗ୍ରହ ଏବଂ ସିଙ୍ଗାପୁରର DSTA ଏବଂ ST ଇଞ୍ଜିନିୟରିଂର ଅନ୍ୟ ୬ଟି ଉପଗ୍ରହକୁ ମହାକାଶକୁ ନେଇଯିବ। ସୂଚନାଯୋଗ୍ୟ ଯେ, ଇସରୋ (ISRO) ନିକଟରେ ଚନ୍ଦ୍ରୟାନ-୩ ଲଞ୍ଚ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now