ମୁନ ମିଶନ ଚନ୍ଦ୍ରଯାନ-୩ରେ ଇସ୍ରୋକୁ ବଡ ସଫଳତା

Spread the love

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋକୁ ମୁନ ମିଶନ ଚନ୍ଦ୍ରଯାନ-୩ରେ ମିଳିଛି ବଡ ସଫଳତା। ଇସ୍ରୋ ସୂଚନା ମୁତାବକ, ଚନ୍ଦ୍ରଯାନ-୩ ମିଶନ ପାଇଁ ପ୍ରକ୍ଷେପଣ ଯାନର ସିଆଇ-୨୦ କ୍ରାୟୋଜେନିକ ଇଞ୍ଜିନର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।

୨୪ ଫେବୃଆରୀକୁ ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋ ପ୍ରୋପଲସ୍ନ କମ୍ପ୍ଲେକ୍ସର ହାଇ ଏଲ୍ଟିଟ୍ୟୁଡ ଟେଷ୍ଟ ଫାସିଲିଟିରେ ୨୫ ସେକେଣ୍ଡ ସମୟ ସୀମା ପାଇଁ ପରୀକ୍ଷା କରାଯାଇଥିଲା। ସୋମବାର ଇସ୍ରୋ ପକ୍ଷରୁ ଜାରି ବୟାନରେ କୁହାଯାଇଛି କି, ପରୀକ୍ଷଣ କାଳରେ ସମସ୍ତ ପାରାମିଟର ସନ୍ତୋଷଜନକ ରହିଛି। କ୍ରାୟୋଜେନିକ ଇଞ୍ଜନକୁ ସମ୍ପୂର୍ଣ୍ଣ ରୂପେ ଏକିକୃତ ଉଡାନ ପାଇଁ ପ୍ରୋପେଲେଣ୍ଟ ଟ୍ୟାଙ୍କ, ଷ୍ଟେଜ ଷ୍ଟ୍ରକ୍ଚର ଓ ସମ୍ବନ୍ଧିତ ଫ୍ଲୁଇଡ ଲାଇନ ସବୁକୁ ଏକ ସାଙ୍ଗେ ଏକିକୃତ କରାଯିବ।

ଏହା ପୂର୍ବରୁ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୩ର ଲେଣ୍ଡରର  ସଫଳ ପରୀକ୍ଷଣ କରାଯାଇଥିଲା। ଇସ୍ରୋ କହିଥିଲା କି, ଉପଗ୍ରହ ମିଶନ ପାଇଁ ଇଏମଆଇ/ଇଏମସି ପରୀକ୍ଷଣ ମହାକାଶର ବାତାବରଣରେ ଉପଗ୍ରହ ପ୍ରଣାଳୀର କାର୍ଯ୍ୟକ୍ଷମତା ଓ ଆବଶ୍ୟକ ବିଦ୍ୟୁତ୍ ଚୁମ୍ବକୀୟସ୍ତର ସବୁ ସହ ତାର ସୁସଙ୍ଗତତା ସୁନିଶ୍ଚିତ କରିବାକୁ କରାଯାଇଥାଏ। ତେବେ ଏହି ପରୀକ୍ଷଣ ଉପଗ୍ରହ ନିର୍ମାଣରେ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୩ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ଏହାକୁ ଚନ୍ଦ୍ରର ସମତଳ ଉପରେ ସୁରକ୍ଷିତ ଲାଣ୍ଡିଂ ଓ ରୋଭର ଦ୍ବାରା ନମୁନା ସଂଗ୍ରହର କ୍ଷମତା   ପ୍ରଦର୍ଶିତ କରିବାକୁ ହେବ। ଏହାକୁ ଇସ୍ରୋ ଜୁନରେ ପ୍ରକ୍ଷେପଣ କରିବାର ଯୋଜନା ରଖିଛି। ଚନ୍ଦ୍ରଯାନ-୩କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଲଞ୍ଚ ହ୍ବିକଲ ମାର୍କ-୩ ଜରିଆରେ ଚନ୍ଦ୍ରକୁ ପଠାଯିବ।

Leave a Reply

Your email address will not be published. Required fields are marked *