କ୍ରୀଡ଼ାବିଶ୍ୱ

ବେଲଜିୟମ: ଫୁଟବଲ ମ୍ୟାଚରୁ ମହାଭାରତ

ବ୍ରୁସେଲ୍ସ:  ବେଲଜିୟମ ଫୁଟବଲ ଟିମର ଲଜ୍ଜାଜନକ ପରାଜୟକୁ ନେଇ ବେଲଜିୟମରେ ବ୍ୟାପକ ଭଙ୍ଗାରୁଜା ସାଂଗକୁ ଦେଖାଯାଇଛି ହଙ୍ଗାମା। ଦଙ୍ଗାକାରୀ ରାସ୍ତାରେ ଥିବା ବହୁ ଗାଡିରେ ନିଆଁ ଲଗାଇଦେବା ସହ ହିଂସା ଭିଆଇଥିଲେ। ଦଙ୍ଗାର ଭୟାବହତାକୁ ଦୃଷ୍ଟି ରଖି ବିଭିନ୍ନ ସ୍ଥାନରେ ପୁଲିସକୁ ନାକାବନ୍ଦୀ କରିବାକୁ ହୋଇଛି। ଦଙ୍ଗାକାରୀଙ୍କୁ ଘଉଡାଇବାକୁ ପୁଲିସକୁ ଲୁହ ବୁହା ଗ୍ୟାସର ପ୍ରୟୋଗ ମଧ୍ୟ କରିବାକୁ ହୋଇଥିଲା। ଏପରିକି ଡର୍ଜନ ଡର୍ଜନ ଲୋକଙ୍କୁ ପୁଲିସ ଗିରଫ କରି ହାଜତକୁ ପଠାଇ ଦେଇଛି।

ଝିମିଟି ଖେଳରୁ ମହାଭାରତ ପରି ଫୁଟବଲକୁ ନେଇ ହିଂସା। ମରକ୍କୋ ଠାରୁ ବେଲଜିୟମର ହାର ପରେ ବେଲଜିୟମ ଅଶାନ୍ତ। ପରାସ୍ତକୁ ବରଦାସ୍ତ କରିପାରିନାହାନ୍ତି ବେଲଜିୟମବାସୀ। ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ଦେଖାଦେଇଛି ଉତ୍ତେଜନା। ରାଜଧାନୀର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସାଙ୍ଗକୁ କରିଥିଲେ ହଙ୍ଗାମା। ଯାନବାହାନରେ ନିଆଁ ଲଗାଇ ନିଜ ଅସନ୍ତୋଷ ଜାହିର କରିଥିଲେ ବେଲଜିୟମର ଫୁଟବଲ ପ୍ରଶଂସକ। ସ୍ଥିତି ଏମିତି ହୋଇଥିଲା କି ହିଂସାକୁ ପ୍ରଶମିତ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଓ ଦଙ୍ଗାକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ସ୍ଥିତି। ତେଣୁ ପୁଲିସ ବହୁ ଲୋକଙ୍କୁ ହାଜତକୁ ନେଇଛି।

ହଠାତ୍ ଉଲ୍ଲାସମୟ ପରିବେଶ ସେତେବେଳେ ଉତ୍ତେଜନାରେ ଭରିଯାଇଥିଲା, ଯେତେବେଳେ କତରରେ ଚାଲିଥିବା  ଫିଫା ବିଶ୍ୱକପ ମ୍ୟାଚରେ ବେଲଜିୟମ ଫୁଟବଲ ଟିମ ହାରିଯାଇଥିଲା ମରକ୍କୋଠାରୁ। ଘରୋଇ ଦଳର ହାରକୁ ସହଜରେ ଗ୍ରହଣ କରିପାରିନଥିଲେ ଫୁଟବଲ ପ୍ରଶଂସକ।  ରବିବାର ଦିନ କତରରେ ଫିଫା ଫୁଟବଲ ବିଶ୍ୱକପ ମ୍ୟାଚ ହୋଇଥିଲା ବେଲଜିୟମ ଓ ମରୋକ୍କୋ ଟିମ ମଧ୍ୟରେ। ଲୋକେ ଉତ୍ସାହର ସହ ଏହି ଫୁଟବଲ ମହାକୁମ୍ଭକୁ ଉପଭୋଗ କରୁଥିଲେ। କିନ୍ତୁ ମ୍ୟାଚରେ ବେଲଜିୟମ ଟିମକୁ ମିଳିଥିଲା ପରାଜୟ। ନିଜର ଟିମର ବିଜୟ ପରେ ମରୋକ୍କୋ ଟିମ ଓ ପ୍ରଶଂସକ ଖୁସି ମନାଇବାରେ ଲାଗିଯାଇଥିଲା। ଯାହାକୁ ଗ୍ରହଣ କରିପାରି ନଥିଲେ ବେଲଜିୟମର ଫୁଟବଲ ପ୍ରଶଂସକ। ଆରମ୍ଭ ହୋଇଯାଇଥିଲା ଭଙ୍ଗାରୁଜା ଓ ହିଂସା।

ଏହା ପରେ ବେଲଜିୟମ ପୁଲିସ ପ୍ରାୟ ଏକ ଡର୍ଜନ ଲୋକଙ୍କୁ ହାଜତକୁ ନେବା ସହ ଜଣକୁ ଗିରଫ କରିଥିଲା। ସେପଟେ ଅସନ୍ତୁଷ୍ଟ ଫୁଟବଲ ପ୍ରେମୀ ଗୋଟିଏ କାର ଓ ବହୁ ଇଲେକ୍ଟ୍ରିଟ୍ ସ୍କୁଟରରେ ନିଆଁ ଲଗାଇ ଦେଇଥିଲେ। ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଲୁହବୁହା ଗ୍ୟାସ ସହ ପାଣି ମାଡ କରିଥିଲା। କିଛି ପ୍ରଶଂସକ ମଧ୍ୟ ମରୋକ୍କୋର ପତାକା ଦେହରେ ଗୁଡାଇହୋଇଥିବା ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ପୁଲିସ ପ୍ରବକ୍ତା ଇଲସେ ୱାନ ଡି କିରୋ କହିଛନ୍ତି କି, ବର୍ତ୍ତମାନ ସ୍ଥିତି ଉପରେ ନିୟନ୍ତ୍ରଣ ମିଳିଯାଇଛି। ଯେଉଁ ସ୍ଥାନରେ ହିଂସା ହୋଇଛି, ସେସବୁ ସ୍ଥାନରେ ପୁଲିସର ମାର୍ଚ୍ଚ ଚାଲିଛି। ପୁଲିସ ମୁତାବକ ଦଙ୍ଗାକାରୀ ଆତିଶବାଜୀ ସାମଗ୍ରୀ, ପ୍ରୋଜେକ୍ଟାଇଲ, ଠେଙ୍ଗାର ବ୍ୟବହାର କରିଛନ୍ତି। ରାଜରାସ୍ତାରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଜଣେ ସାମ୍ବାଦିକଙ୍କ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି।

ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ କହୁଥିବା ବେଳେ କିନ୍ତୁ ପୁଣି ସହରରେ ମାହୋଲ ଅଶାନ୍ତ ହେବା ଆଶଙ୍କା କରୁଛି ପୁଲିସ। ତେଣୁ ଅସାମାଜିକ ତତ୍ତ୍ୱଙ୍କ ଉପରେ ରହିଛି ପୁଲିସର ନଜର। ପୁଲିସ ହାଜତକୁ ନେଇଥିବା ଲୋକଙ୍କୁ ପଚରାଉଚରା କରୁଛି। ହିଂସାର କାରଣ ଖୋଜୁଛି ପୁଲିସ।  ହିଂସାକୁ ଦେଖି ଲୋକଙ୍କୁ ସହର ମଧ୍ୟକୁ ଯିବାକୁ ବ୍ରୁସେଲ୍ସ ମେୟର ଫିଲିପ କ୍ଲୋଜ ବାରଣ କରିଛନ୍ତି। ସେ କହିଛନ୍ତି, ସହରରେ ଆଇନ ସୃଙ୍ଖଳା ପ୍ରତିଷ୍ଠା କରିବାକୁ ପୁଲିସ ଚେଷ୍ଟା ଚଳାଇଛି। ଏଥିପାଇଁ ମେଟ୍ରୋ ଓ ଟ୍ରେନ ସେବାକୁ ବନ୍ଦ କରାଯାଇଛି। ଏମିତି କି, ହିଂସା ଉପରେ ନିୟନ୍ତ୍ରଣ ପାଇବାକୁ ମେଟ୍ରୋ ଷ୍ଟେସନସବୁର ଗେଟରେ ମଧ୍ୟ ତାଲା ପଡିଛି। ସହର ଯାକ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ମାର୍ଚ୍ଚ ଚାଲିଛି।

କତ୍ତାରରେ ହୋଇଥିବା ଫିଫା ଫୁଲବଲ ବିଶ୍ବ କପରେ ମରୋକ୍କୋ ବେଲଜିୟମକୁ ୨-୦ ଗୋଲରେ ହରାଇ ଏହି ବିଶ୍ବରେ ନିଜର ପ୍ରଥମ ବିଜୟ ହାସଲ କରିବାରେ ସମର୍ଥ ହୋଇଥିଲା। ଏହି ବିଜୟ ମରକ୍କୋର ତୃତୀୟ ବିଶ୍ୱକପ ବିଜୟ। ପୂର୍ବରୁ ୧୯୯୮ ଓ ୧୯୮୬ରେ ମରୋକ୍କୋ ବିଶ୍ବ କପ ହାତେଇବାରେ ସକ୍ଷମ ହୋଇଥିଲା। ୬ ଥର ବିଶ୍ବ କପରେ ଭାଗନେଇଥିବା ମରୋକ୍କୋ ପାଇଁ ଏହି ବିଜୟ ଥିଲା ଇତିହାସ ରଚିବା ପରି ବିଷୟ। କାରଣ ୨୪ ବର୍ଷ ପରେ ୨୨ ନମ୍ବରରେ ଥିବା ଟିମ ବିଜୟ ହାସଲ କରିଛି। ତେଣୁ ଏହି ବିଜୟକୁ ବେଶ ଜାକଜମକରେ ପାଳିଥିଲେ ମରୋକ୍କୋ ଟିମ ଓ ପ୍ରଶଂସକ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button