ଆଜିଠୁ ଭାରତର ବିଶ୍ବକପ୍ ଅଭିଯାନ

Spread the love

ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ । ନବନିର୍ମିତ ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଗ୍ରୁପ ‘ଏ’ରେ ପ୍ରଥମ ମ୍ୟାଚ୍ ଖେଳିବ । ଗତ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟେଣ୍ଟି-୨୦ ମ୍ୟାଚ୍ ଖେଳିନାହିଁ । ତେବେ ଭାରତ ପାଇଁ ଏହା ଆଦୌ ଚିନ୍ତାର ବିଷୟ ନୁହେଁ । ଦଳର ସମସ୍ତ ଖେଳାଳି ୨ ମାସ ଧରି ଆଇପିଏଲ ଭଳି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ମ୍ୟାଚକୁ ନେଇ ଭାରତୀୟ ଦଳ ବେଶ୍ ଉତ୍ସାହି ଅଛନ୍ତି ।

ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରଠାରୁ ରୋହିତ ଶର୍ମା ତାଙ୍କ ଖେଳ ଜୀବନକୁ ଶେଷ କରିବା ପୂର୍ବରୁ ଏକ ଆଇସିସି ଟ୍ରଫି ଜିତିବାକୁ ସ୍ବପ୍ନ ଦେଖିଛନ୍ତି । ରୋହିତ ଶର୍ମାଙ୍କ ସହ ବିରାଟ କୋହିଲି , ଯଶପ୍ରୀତ , ବୁମରା ,ରବୀନ୍ଦ୍ର ଜାଡେଯା ,ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ଅଭିଜ୍ଞ ଖେଳାଳିଙ୍କ ସ୍ଥିର ପ୍ରଦର୍ଶନ ଉପରେ ନିଶ୍ଚିତ ଦଳର ଭାଗ୍ୟ ନିର୍ଣ୍ଣୟ କରିବ । ଭାରତୀୟ ଦଳ ରବିବାର ଜୁନ ୯ ତାରିଖ ନିଜର ପରିବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ପାକିସ୍ତାନକୁ ଭେଟିବାକୁ ପୂର୍ବରୁ ଏହି ମ୍ୟାଚ ଜିତିବା ମଧ୍ୟ ଜରୁରୀ

ଭାରତୀୟ ଦଳ : ରୋହିତ ଶର୍ମା , ବିରାଟ କୋହଲି ,ଋଷଭ ପନ୍ତ , ସୂର୍ଯ୍ୟକୁମାର ୟାଦବ , ହାର୍ଦ୍ଦିକ ପାଣ୍ଡ୍ୟା , ଶିବମ ଦୁବେ , ରବୀନ୍ଦ୍ର ଜାଡେଜା , ଅଭର ପଟେଲ , କୁଲଦୀପ ୟାଦବ , ଯଶପ୍ରୀତ ବୁମରା , ଅର୍ଶଦୀପ ସିଂହ , ମହମ୍ମଦ ସିରାଜ , ଯଶସ୍ବୀ ଜୟସ୍ବାଲ , ସଂଜୁ ସାମସନ୍ , ୟୁଝବେନ୍ଦ୍ର ଚହଲ ।

ଆୟରଲ୍ୟାଣ୍ଡ ଦଳ : ପଲ୍ ଷ୍ଟଲିଂ , ମାର୍କ ଆଡୈର, ଆଣ୍ଡି ବଲବଣ୍ଣିଂ,କର୍ଟିସ କାମ୍ପର , ଗାରେଥ ଡେଲାନି , ଜର୍ଜ ଡକରେଡ୍ , ଗ୍ରାହାମ ହୁମ୍ , ଜୋସ୍ ଲିଟଲ , ବାରି ମ୍ୟାକର୍ଥି , ନିଲ ରକ୍ , ହ୍ୟାରି ଟେକ୍ଟର , ଲୋର୍କାନ ଟର୍କର , ବେନ ହ୍ବାଇଟ , କ୍ରେଗ ୟଙ୍ଗ ।

Leave a Reply

Your email address will not be published. Required fields are marked *