ତୁଷାର ଦେଶପାଣ୍ଡେ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ଆଜି ଡେବ୍ୟୁ କରିଛନ୍ତି। ହାରାରେ ଭାରତ-ଜିମ୍ୱାଓ୍ୱେ ଚତୁର୍ଥ ଟ୍ୱେଣ୍ଟି-୨୦ ମ୍ୟାଚରେ ଜିମ୍ୱାଓ୍ୱେ ବିରୁଦ୍ଧରେ ଖେଳିଛନ୍ତି ତୁଷାର। ଚେନ୍ନାଇ ସୁପର କିଙ୍ଗ୍ସ ଓ ଆଇପିଏଲକୁ ଏହାର ଶ୍ରେୟ ଦେଇଛନ୍ତି ତୁଷାର। ଆଇପିଏଲରେ ସିଏସକେ ପାଇଁ ଖେଳିଥିବାର ଅନୁଭବ ଓ ଅଭିଜ୍ଞତା ତାଙ୍କ ଆଗାମୀ କ୍ୟାରିଅର ଲାଗି ବେଶ୍ ସହାୟକ ସାଜିବ ବୋଲି କହିଥିଲେ ତୁଷାର। ୨୯ ବର୍ଷୀୟ ତୁଷାର ଅଭେଶ ଖାନଙ୍କ ବଦଳରେ ଟିମରେ ସ୍ଥାନ ପାଇଛନ୍ତି। ୨୦୨୪ ଆଇପିଏଲ ସିଜିନରେ ୧୭ ଓ୍ୱିକେଟ ହାସୱ କରିଥିଲେ ତୁଷାର। ଦ୍ରୁତ ବୋଲର ତୁଷାରଙ୍କ ପ୍ରତି ଓଭରରେ ୮.୮୩ ରନ୍ ଦେଇଥିଲେ ଓ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୧୬.୯୪। ପିଲାବେଳର ସ୍ୱପ୍ନ ଏବେ ପୂରଣ ହେଲା ବୋଲି କହିଛନ୍ତି ତୁଷାର। ଜିମ୍ୱାଓ୍ୱେ ଗସ୍ତରେ ଥିବା ଭାରତର ପଞ୍ଚମ ଖେଳାଳୀ ଭାବେ ଡେବ୍ୟୁ କରିଥିବା ତୁଷାରଙ୍କୁ ମିଳିଥିଲା କ୍ୟାପ୍। ଏହି ଗସ୍ତରେ ତୁଷାରଙ୍କ ପୂର୍ବରୁ ରିୟାନ ପରାଗ, ଅଭିଷେକ ଶର୍ମା, ଧୃବ ଜୁରେଲ ଓ ସାଇ ସୁଦର୍ଶନ ଡେବ୍ୟୁ କରିସାରିଛନ୍ତି। ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ମ୍ୟାଚରେ ଭାରତ ପ୍ଲେଇଙ୍ଗ ଇଲେଭନରେ ବଦଳ କରିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now