AUS vs SA: ବର୍ଷା ପାଇଁ ଟସ୍ ରେ ବିଳମ୍ୱ

ରାୱଲପିଣ୍ଡି: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସପ୍ତମ ମ୍ୟାଚ୍ ଆଜି ରାୱଲପିଣ୍ଡିରେ ଖେଳାଯିବ। ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ଟସ୍ ପଡି ପାରିନାହିଁ। ଭାରତୀୟ ସମୟ ରାତି ୮ଟା ସୁଦ୍ଧା ଯଦି ମ୍ୟାଚ୍ ଆରମ୍ଭ ହୁଏ ତେବେ ୨୦ ଓଭର ଖେଳ ହୋଇ ପାରିବ। ଖବର ଅନୁଯାଇ ସନ୍ଧ ୫ଟା ୩୦ରେ ବି ରାୱଲପିଣ୍ଡିରେ ବର୍ଷା ଲାଗି ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ଇଂଲଣ୍ଡକୁ ହରାଇ ନିଜର ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ନିଜର ପ୍ରଥମ ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *