ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL) ୨୦୨୫ ମେଗା ନିଲାମ ପୂର୍ବରୁ ନୂତନ ସଂରକ୍ଷିତ ଖେଳାଳିଙ୍କ ନାମ ଘୋଷଣା କରିଛି । ଯାହା ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ।ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ରିଟେନ୍ସସ୍ ଏବଂ ରାଇଟ୍ ଟୁ ମ୍ୟାଚ (RTM)ବିକଳ୍ପ ବ୍ୟବହାର କରି ସର୍ବାଧିକ ୬ଜଣ ଖେଳାଳିଙ୍କୁ ବଜାୟ ରଖିପାରିବେ। ସେହିପରି ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ କୌଣସି ଲିମିଟ୍ ନାହିଁ । ତେବେ ସେହି ୬ ଜଣ ଖେଳାଳି ହେଉଛନ୍ତି, ଋତୁରାଜ୍ ଗାଇକୱାଡ୍, ରବିନ୍ଦ୍ର ଜାଡେଜା, ଶିବମ୍ ଦୁବେ, ରଚିନ୍ ରବିନ୍ଦ୍ର, ମାଥେସା ପାଥିରାନା, ଏମ୍ ଏସ୍ ଧୋନୀ।
ସୂଚନା ଯୋଗ୍ୟ ପାଞ୍ଚ ବର୍ଷ ଚାମ୍ପିଅନ ଥିବା ଚେନ୍ନାଇ ସୁପରକିଙ୍ଗ୍ସ୍ ର ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନୀଙ୍କୁ ଜଣେ ଅଣସଂରକ୍ଷିତ ଖେଳାଳି ଭାବରେ ରଖିବାର ସମ୍ଭାବନା ରହିଛି। ୨୦୦୮ ନିୟମକୁ ପୂନଃସ୍ଥାପିତ କରିବାକୁ IPL ନିଷ୍ପତି ନେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now