ଆଜି ଓଡ଼ିଶା ଜଗରନଟସ୍ ଓ ତେଲଗୁ ଯୋଦ୍ଧାସ ମୁହାଁମୁହିଁ

Spread the love

ଭୁବନେଶ୍ବର: ଆଜି ଅଲଟିମେଟ୍ ଖୋଖୋ ଲିଗ୍ ର ଫାଇନାଲରେ ମୁହାଁମୁହିଁ ହେବେ ଓଡ଼ିଶା ଜଗରନଟସ୍ ଓ ତେଲଗୁ ଯୋଦ୍ଧାସ୍। ରାତି ୮ଟାରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି l ଲିଗ୍ ମ୍ୟାଚର ଶେଷ ଦୁଇଟି ମ୍ୟାଚରେ ଓଡ଼ିଶା ଜଗରନଟସ୍ ଭଲ ପ୍ରଦର୍ଶନ କରିନଥିଲେ ବି କ୍ୱାଲିଫାୟର ୧ରେ ଗୁଜୁରାଟ ଜିଆଣ୍ଟସକୁ ୧୪ ପଏଣ୍ଟ ରେ ହରେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା।

ଅନ୍ୟ ପଟେ କ୍ୱାଲିଫାୟର ୨ରେ ତେଲଗୁ ଯୋଦ୍ଧା, ଗୁଜୁରାଟ ଜିଆଣ୍ଟସ୍ କୁ ୨୭ ପଏଣ୍ଟରେ ହରେଇ ନିଜ ସ୍ଥାନ ଫାଇନାଲରେ ପକ୍କା କରିଥିଲା । ଲିଗ୍ ମ୍ୟାଚରେ ଓଡ଼ିଶା ଜଗରନଟସ , ତେଲଗୁ ଯୋଦ୍ଧାସ ଠାରୁ ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲା। ତେଣୁ ଆଜିର ଫାଇନାଲ ମ୍ୟାଚରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ଓଡ଼ିଶା ଜଗରନଟସ୍ ଫାଇନାଲରେ ପ୍ରବେଶ କଲା ପରେ ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ କୋଚ୍ ଏବଂ ଖେଳାଳିମାନଙ୍କ ସହିତ ଭିଡିଓ କାନଫରେନ୍ସିଂ ମାଧ୍ୟମରେ କଥା ହେବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳାଳୀଙ୍କ ମନୋବଳ ବଢ଼େଇଛନ୍ତି । ଓଡ଼ିଶା ଜଗରନଟସ ଖେଳାଳିମାନେ ଓଡ଼ିଶାକୁ ଟ୍ରଫି ନେଇକି ଆସିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *