ଇଣ୍ଡିଆନ୍ ରାଲି ଚାମ୍ପିଅନସିପ୍ ଜିତିଲେ ଅଥିରା ମୁରଲି

Spread the love

()  ଇଣ୍ଡିଆନ୍ ରାଲି ଚାମ୍ପିଅନସିପ୍ ଜିତିଲେ ଅଥିରା ମୁରଲି। କେରଳର ୨୯ ବର୍ଷୀୟା ଅଥିରା ଏହି ରେକର୍ଡ ରଚିଛନ୍ତି। ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଅଥିରା ୨୧ ବର୍ଷରେ ଭାରତର ସର୍ବକନିଷ୍ଠ ସର୍ବାଧିକ ମହିଳା ଲାଇସେନ୍ସ ହୋଲଡର ଭାବେ ରେକର୍ଡ ରଚିସାରିଛନ୍ତି।

ଇଣ୍ଡିଆନ ରାଲିରେ ଚାମ୍ପିଅନସିପ ଜିତିଲେ ଅଥିରା ମୁରଲି। ମାତ୍ର ୧୫ ବର୍ଷ ବୟସରୁ ବାପାଙ୍କ ବାଇକ୍ ରୁ ଆରମ୍ଭ କରିଥିଲେ ରାଇଡିଂ। ଆଉ ତା ପରେ ପରେ ଜିପ୍, ଟ୍ରକ୍ ଓ ବସ୍‌ ଆଦି ଭାରୀଯାନ ଚଳାଇଥିଲେ। ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ୟୁନିଭର୍ସାଲ ରେକର୍ଡରେ ନିଜ ନାଁ ଲେଖାଇବାକୁ ସକ୍ଷମ ହୋଇସାରିଛନ୍ତି। ଏହା ସହ ଇଣ୍ଡିଆନ୍ ରାଲି ଚାମ୍ପିଅନସିପରେ ବି ଲେଡିଜ୍ କ୍ଲାସ୍ ବର୍ଗରେ ଜିତିଛନ୍ତି।

Leave a Reply

Your email address will not be published. Required fields are marked *