ତୃତୀୟଥର ପାଇଁ ବିଶ୍ବ ବିଜୟୀ ହେଲା ଜର୍ମାନୀ

Spread the love

()- ହକି ବିଶ୍ୱକପ ୨୦୨୩ର ଚାମ୍ପିୟନ ହେଲା ଟିମ ଜର୍ମାନୀ l ପେନାଲିଟି ସୁଟ ଆଉଟ ରେ ଟିମ ବେଲଜିୟମ କୁ ହରାଇ ବିଶ୍ୱକପ ବିଜେତା ହୋଇଛି ଟିମ ଜର୍ମାନୀ l ସୁଟ ଆଉଟ ରେ ୫-୪ ଗୋଲରେ ବେଲଜିୟମ କୁ ହରାଇଲା ଜର୍ମାନୀ ଟିମ l ସେପଟେ ତୃତୀୟ ସ୍ଥାନରେ ନେଦରଲ୍ୟାଣ୍ଡ ଟିମ ପହଞ୍ଚି ବ୍ରୋଞ୍ଚ ମେଡାଲ ହାତେଇଛିl। ୧-୩ ରେ ଅଷ୍ଟ୍ରେଲିଆ ଟିମ କୁ ହରାଇ ବ୍ରୋଞ୍ଚ ବିଜେତା ହୋଇଛି ନେଦରଲ୍ୟାଣ୍ଡ ଟିମ l

ଜର୍ମାନୀକୁ ୩ୟ ବିଶ୍ୱକପ୍ ଟାଇଟଲ୍। ବେଲଜିଅମକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି ଜର୍ମାନୀ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ସୁଟଆଉଟ୍‌ ମୁକାବିଲାରେ ପରାସ୍ତ କରିଛି ଜର୍ମାନୀ। ଉଭୟ ଦଳ ମଧ୍ୟରେ ଶେଷ ଯାଏ କଡା ଟକ୍କର ଦେଖିବାକୁ ମିଳିଥିଲା।

ହକି ବିଶ୍ୱକପ ଫାଇନାଲ ମ୍ୟାଚ ଥିଲା ବେଶ ରୋମାଞ୍ଚକର। ପ୍ରଥମ କ୍ଵାଟରରୁ ହିଁ ଆକ୍ରମକ ଖେଳ ଆରମ୍ଭ କରିଥିଲା ବେଲଜିୟମ। ୯ ମିନିଟରେ ବେଲଜିଅମ ଦଳର ପ୍ରଥମ ଗୋଲ ଦେଇଥିଲେ ଭାନ ଔବେଳ ଫ୍ଲୋରେଣ୍ଟ। ସେହିଭଳି ବ୍ୟକ ଟୁ ବ୍ୟକ ୧୦ ମିନିଟରେ ଦଳ ପାଇଁ କୋଶ୍ୟନ୍ସ ଟାଙ୍ଗୁୟ ଆଉ ଏକ ଗୋଲ ଦେଇ ଦଳକୁ ୨-୦ ରେ ଆଗୁଆ କରିଥିଲେ। ସେପଟେ ପ୍ରଥମ କ୍ଵାଟରର ଜର୍ମାନୀ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ସୁଯୋଗକୁ ଗୋଲରେ ପରିଣତ କରିପାରି ନଥିଲା। ୨୯ ମିନିଟରେ ଜର୍ମାନୀ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ। ପରେ ପରେ ତୃତୀୟ କ୍ଵାଟରରେ ପେଇଲ୍ଲାଟ ଗୋଂଜ଼ାଲୋ ଦ୍ୱିତୀୟ ଗୋଲ ଦେଇ ଦଳକୁ ବରାବର ସ୍ଥିତିକୁ ନେଇଥିଲେ। ୪୮ ମିନିଟରେ ଜର୍ମାନୀ ଦଳର ଅଧିନାୟକ ଗୋଟିଏ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରାଇଥିଲେ। ଶେଷ କ୍ଵାଟରରେ ଲଗାତାର ଭାବରେ ବେଲଜିଅମକୁ ମିଳିଥିବା ୩ଟି ପେନାଲଟି ସୁଯୋଗ ମଧ୍ୟରୁ ଗୋଟିଏରେ ଗୋଲ ଦେବାରେ ସଫଳ ହୋଇଥିଲେ ବେଲଜିୟମ ଖେଳାଳୀ ଵୋମ ଟୋମ। ଏହି ଗୋଲ ସହ ୩-୩ ରେ ମ୍ୟାଚ ଡ୍ର ହୋଇଥିଲା। ପରେ ବେଲଜିଅମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିଆନ ହୋଇଥିଲା ଜର୍ମାନୀ। ଏହାକୁ ମିଶାଇ ୩ ଥର ବିଶ୍ୱ ଚାମ୍ପିୟାନ ହୋଇଛି ଜର୍ମାନୀ। ୨୦୦୨, ୨୦୦୬ ସହ ୨୦୨୩ ବିଶ୍ୱକପକୁ ମଧ୍ୟ ନିଜ ନାରେ କରିଛି ବିଶ୍ୱବିଜେତା ଜର୍ମାନୀ।

ସେପଟେ ୨୦୧୮ ମସିହାରେ ବିଶ୍ୱକପ ଚାମ୍ପିୟାନ ହୋଇଥିବା ବେଲଜିୟମ ଟିମ ୨୦୨୩ ବିଶ୍ୱକପରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ସିଲଭର ମେଡାଲ ହାତେଇଛି l ଅନ୍ୟପଟେ ତୃତୀୟ ସ୍ଥାନରେ ନେଦରଲ୍ୟାଣ୍ଡ ଟିମ ପହଞ୍ଚି ବ୍ରୋଞ୍ଚ ମେଡାଲ ହାତେଇଛିl। ୧-୩ ରେ ଅଷ୍ଟ୍ରେଲିଆ ଟିମ କୁ ହରାଇ ବ୍ରୋଞ୍ଚ ବିଜେତା ହୋଇଛି ନେଦରଲ୍ୟାଣ୍ଡ ଟିମ l ଅଷ୍ଟ୍ରେଲିଆ ଟିମ ବିଶ୍ଵକପର ଚତୁର୍ଥ ପୋଜିସନ ହାସଲ କରିଛି।

ସେପଟେ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଭାରତର ୪୭ ବର୍ଷର ମୁକୁଟ-ପ୍ରତୀକ୍ଷା ପ୍ରତୀକ୍ଷାରେ ରହିଗଲା। ଘରୋଇ ପରିବେଶ, ଦର୍ଶକଙ୍କ ବିପୁଳ ସମର୍ଥନ, ଅଭିଜ୍ଞ ବିଦେଶୀ କୋଚ୍‌ଙ୍କ ମାର୍ଗଦର୍ଶନ, ସ୍ୱତନ୍ତ୍ର ଡ୍ରାଗ୍-ଫ୍ଲିକିଂ ଶିବିର- ସବୁ କିଛି ସତେ ଯେମିତି ମୂଲ୍ୟହୀନ ହୋଇଗଲା। ହକି ବିଶ୍ୱକପ୍‌ରେ କ୍ୱାର୍ଟର-ଫାଇନାଲ୍‌କୁ ବି ଯାଇପାରିଲାନି ଆୟୋଜକ ଭାରତ। ନିଜ ଦେଶରେ ଓ ଦର୍ଶକ-ଭର୍ତ୍ତି ଷ୍ଟାଡିୟମ୍‌ରେ ଖେଳିବା ସୌଭାଗ୍ୟର ବିଷୟ; କିନ୍ତୁ ଟିମ୍ ସେହି ସୁଯୋଗରୁ ଫାଇଦା ଉଠାଇପାରିଲାନି ବରଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚାପଗ୍ରସ୍ତ ହୋଇଗଲା। ୧୯୭୫ ପରଠାରୁ ଭାରତ ବିଶ୍ୱକପ୍‌ରେ କେବେ ପଦକ ଜିତିପାରି ନାହିଁ। ବିଫଳତାର ସେହି ଧାରା ପୁଣି ଅବ୍ୟାହତ ରହିଲା। ଖେଳାଳୀଙ୍କ ମଧ୍ୟରେ ସମନ୍ୱୟର ଅଭାବ, ତ୍ରୁଟି ଯୋଗୁଁ ଭାରତକୁ ପୁଣି ପରାସ୍ତର ସମ୍ମୁଖୀନ ହେବାକୁ ପଡିଲା।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *