ପ୍ୟାରିସ୍ ପାରାଅଲିମ୍ପିକ୍ସରେ ପଦକ ବର୍ଷା। ଭାରତ ପାଇଁ ଐତିହାସିକ ଦିନ। ଗୋଟିଏ ଦିନରେ ମିଳିଲା ୨ଟି ସ୍ୱର୍ଣ୍ଣ ସହ ୮ଟି ମେଡାଲ୍। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ମିଳିଛି। ଆଜି ମଧ୍ୟ ଭାରତୀୟ ଆଥଲେଟ୍ମାନେ ପଦକ ସଂଖ୍ୟା ଆହୁରି ବଢ଼ାଇବା ଆଶା କରାଯାଉଛି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୧୫ରେ ପହଞ୍ଚିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now