ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ସ୍ଥାନୀୟ ଗୋରୀ ଶଙ୍କର ହୋଟେଲରେ ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୯ଟି ଜିଲ୍ଲାରୁ ୩୪ ଜଣ ମହିଳା ଚେସ୍ ଖେଳାଳୀ ଙ୍କ ମଧ୍ୟରୁ ୧୦ଜଣ ଆନ୍ତର୍ଜାତିକ ମାନ୍ୟତପ୍ରାପ୍ତ ଖେଳାଳୀ ଥିବା ଜଣାପଡିଛି । ଏଥିରେ ଅଂଶ ଗ୍ରହଣ କରି ଖେଳାଳୀ ମାନେ ୭ ରାଉଣ୍ଡ ଖେଳ ମଧ୍ୟରୁ ଶନିବାର ଦିନ ୪ ରାଉଣ୍ଡ ଖେଳ ସୁଦ୍ଧା କେନ୍ଦ୍ରାପଡାର ସ୍ମାରକୀ ମହାନ୍ତି ଆଗୁଆ ଥିବା ଜଣାପଡିଛି । ରବିବାର ଦିନ ଅବଶିଷ୍ଟ ୩ ରାଉଣ୍ଡ ପରେ ଏହି ଖେଳ ସମାପ୍ତ ହେବ ବୋଲି ଜଣାପଡିଛି । ସେହିଭଳି କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଅଷ୍ଟମ ଚେସ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ୨୨ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିବା ବେଳେ ଏମାନଙ୍କ ଭିତରୁ ୫ ଜଣ ଆନ୍ତର୍ଜାତିକ ମାନ୍ୟତା ପ୍ରାପ୍ତ ଖେଳାଳୀ ଥିବା ଜଣାପଡିଛି । ଏହି ଜିଲ୍ଲା ସ୍ତରୀୟ ଚେସ୍ ପ୍ରତିଯୋଗିତା ରେ ନିକିରାଇ ଗ୍ରାମର ମାନସ ପରିଡା ଶୀର୍ଷ ଖେଳାଳୀ ଭାବରେ ରହି ୩ ରାଉଣ୍ଡ ଅଗ୍ରଣୀ ଥିବା ଜଣାପଡିଛି । ଏହି ଖେଳକୁ ଆନ୍ତର୍ଜାତୀୟ ଚେସ୍ ରେଫରି ଜ୍ୟୋତି ଶଙ୍କର ନନ୍ଦ ପରିଚାଳନା କରୁଥିବା ବେଳେ ପିଙ୍କି ମହାପାତ୍ର ସହଯୋଗ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *