ଜେପିଏଲ ପ୍ରିମିୟର ଲିଗ ୨ର ଖେଳ ଉଦଘାଟିତ

Spread the love

ଜୟପୁର : ଜେପିଏଲ ଜୟପୁର ପ୍ରୀମୀୟର ଲିଗ ୨ର କ୍ରିକେଟ ଖେଳ ଉଦଘାଟିତ ହୋଇଛି  । ଜୟପୁର ଦଶହରା ପଡିଆ ଠାରେ ଏସଡିପିଓ ହରିସ ବିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି  । ଏହି ଖେଳକୁ ଓରିଅନ କ୍ରିକେଟ କ୍ଲବ ଆୟୋଜନ କରୁଥିବା ବେଳେ ଏସଆର ଏହି ଖେଳ ପ୍ରଯୋଜକ  । ଜେପିଏଲର ସମ୍ପାଦକ ସିମାଂଚଳ ରାଉତ, ସଭାପତି ସୁବାସ ରାଉତ, ଟେକଲନିକାଲ ହେଡ ଅଶିତ ପଟ୍ଟନାୟକ, ମିଡିଆ ମ୍ୟାନେଜର କାର୍ତିକ ରାଉତ, ଗ୍ରାଉଣ୍ଡ ଏବଂ ଇଭେଂଟ ମ୍ୟାନେଜକ ବାପି ପରିଡା  ।  ଯୁଗ୍ମ ସମ୍ପାଦକ ସଚିଦାନନ୍ଦ ପରିଡା, ବଳ ରାମ ପାଣିଗ୍ରାହୀ, ଅନୁପ ପାତ୍ର. ରବି ନାୟକ, ବାଲା ରାୟ, ବିକାଶ ପାତ୍ର ଉପସ୍ଥିତ ରହିଥିଲେ  । ଅବିଭକ୍ତ କୋରାପୁଟ ଜିଲାରେ ଦ୍ୱିତୀୟ ଥର ପାଇଁ ଜୟପୁର ପ୍ରୀମିୟର ଲିଗ ଆୟୋଜିତ ହୋଇଛି  । ଟ୍ୱେଂଟି ଟ୍ୱେଂଟି ଫରମାର୍ଟରେ ଏହି ଖେଳ ଅନୁଷ୍ଠିତ ହୋଇଛି  । ୧୮ ଓ ୧୯ ତାରିଖରେ ସେମିଫାଇନାଲ ମ୍ୟାଚ ହେବ ଓ ଆସନ୍ତା ୨୦ ତାରିଖରେ ଫାଇନାଲ ମ୍ୟାଚ ହେବ  । ଓରିୟନ କ୍ରିକେଟ ବ୍ଲକ ପକ୍ଷରୁ ଏହି ଖେଳ ଆୟୋଜନ କରାଯାଇଛି  । ଜେପିଏଲ ପାଇଁ ୭ଟି ଦଳ ଭାଗ ନେଇଥିଲେ  । ଏହି ୭ଟି ଦଳ ଖେଳାଳିଙ୍କୁ ନିଲାମ କରାଯାଇଥିଲା  । ଦୈନିକ ୨ଟି ମ୍ୟାଚ ଅନୁଷ୍ଠିତ ହେବ  ।

Leave a Reply

Your email address will not be published. Required fields are marked *