CJI

  • ଭାରତୀୟ ସମ୍ବିଧାନ ସବୁଠାରୁ ପ୍ରଗତିଶୀଳ ଓ ବୈଜ୍ଞାନିକ ଦସ୍ତାବିଜ: ସିଜେଆଇ

    ନୂଆଦିଲ୍ଲୀ: ଭାରତୀୟକରଣ ସେତେବେଳେ ବାସ୍ତବରେ ଭାରତର ଲୋକଙ୍କର ହେବ ଯେତେବେଳେ ଲୋକମାନେ ଭାରତର ବିବିଧତାକୁ ଆପଣେଇ ନେବେ ଓ ତାକୁ ସମ୍ମାନ ଜଣାଇବେ। ସୁପ୍ରିମକୋର୍ଟର ବାର କାଉସିଲ ଦ୍ୱାରା ଦେଶର ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଜେଆଇ ଏପରି କହିଛନ୍ତି।

    ସିଜେଆଇ ନିଜ ସମ୍ବୋଧନର ପ୍ରାରମ୍ଭରେ କହିଛନ୍ତି, ସ୍ୱତନ୍ତ୍ରତା ସଂଗ୍ରାମ ଖାଲି ଉପନିବେସିକ ସତ୍ତାରୁ ମୁକ୍ତି ପାଇଁ ନ ଥିଲା, ବରଂ ସମସ୍ତଙ୍କ ପାଇଁ ସମ୍ମାନ ଓ ଲୋକତନ୍ତ୍ରର ମୂଳଦୁଆ ପକାଇବାକୁ ଥିଲା। ଭାରତରେ ଲୋକତନ୍ତ୍ରର ମୂଳଦୁଆ ପକାଇବାର ଶ୍ରେୟ ଭାରତୀୟ ସମ୍ବିଧାନକୁ ପ୍ରଦାନ କାରିଛନ୍ତି ସିଜେଆଇ । ସେ ଭାରତୀୟ ସମ୍ବିଧାନକୁ ସବୁଠାରୁ ପ୍ରଗତିଶୀଳ ଓ ବୈଜ୍ଞାନିକ ଦସ୍ତାବିଜ ବୋଲି ବର୍ଣ୍ଣନା କରିଛନ୍ତି।

    ସ୍ୱାଧୀନତା ମହୋତ୍ସବକୁ ସିଜେଆଇ ୭୫ ବର୍ଷର ପରିବତ୍ତନକାରୀ ଯାତ୍ରା ରୂପେ ଉପସ୍ଥାପିତ କରିବା ସହ ମହାତ୍ମାଗାନ୍ଧୀ, ମୋତିଲାଲ ନେହରୁ, ସର୍ଦାର ବଲ୍ଲଭ ଭାଇ ପଟେଲ, ସିଆର ଦାସ, ଲାଲା ଲଜପତ ରାୟ, ଭଗତ ସିଂ ପ୍ରମୁଖଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଆଇନ ଗତ ଲଢେଇଠାରୁ ରାଜ ରାସ୍ତାରେ ସ୍ୱାଧୀନତା ପାଇଁ ଲଢିଥିବା। ଉପରେ ଆଲୋକପାତ କରିଛନ୍ତି। ସେ ଉନବିବେସିକ ଆଇନ ଓ ବେଆଇନ ସାମ୍ରାଜ୍ୟବାଦ ବିରୋଧରେ ଏହି ରାଷ୍ଟ୍ରବାଦୀ ଓକିଲଙ୍କ ସ୍ୱର ଥିଲା, ଯାହା ରାଷ୍ଟ୍ରର କଥା ଗଠନ କରିଥିଲା ଓ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମକୁ ଏକ ନୂଆ ମହତ୍ୱ ପ୍ରଦାନ କରିଥିଲା।

    ଏହି ମହୋତ୍ସବ କାଳରେ ସିଜେଆଇ ନ୍ୟାୟପାରିକା ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ ପୂର୍ବକ କହିଛନ୍ତି କି, ଆମ ନ୍ୟାୟିକ ପ୍ରଣାଳୀ ନାହିଁ କେବଳ ଲିଖିତ ସମ୍ବିଧାନ ଓ ତାର ଭାବନା ପ୍ରତି ନିଜ ପ୍ରତିବଦ୍ଧତା ପ୍ରତି ଅଦ୍ୱିତୀୟ, ବରଂ ବ୍ୟବସ୍ଥାରେ ଲୋକଙ୍କ ଦ୍ୱାରା ବ୍ୟକ୍ତ କରାଯାଇଥିବା ଅପାର ବିଶ୍ୱାସର କାରଣ ମଧ୍ୟ। ଲୋକମାନେ ସନ୍ତୁଷ୍ଟ କି, ସେମାନଙ୍କୁ ନ୍ୟାୟପାଳିକାଠାରୁ ଆଶ୍ୱସ୍ତି ଓ ନ୍ୟାୟ ମିଳୁଛି। ସେମାନେ ଜାଣିଛନ୍ତି କି, ଯେତେବେଳେ କିଛି ଭୁଲ ହୋଇଥାଏ, ସେତେବେଳେ ନ୍ୟାୟପାଳିକା ସେମାନଙ୍କ ସହ ଠିଆହେବ। ଭାରତର ସୁପ୍ରିମକୋର୍ଟ ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ରରେ ସମ୍ବିଧାନର ସଂରକ୍ଷକ ହୋଇଛି। ସମ୍ବିଧାନ ସୁପ୍ରିମକୋର୍ଟକୁ ପୂର୍ଣ୍ଣ ନ୍ୟାୟ ପାଇଁ ବ୍ୟାପକ ଅଧିକାର ଦେଇଥାଏ।

    ଅନୁଚ୍ଛେଦ ୧୪୨ ଅନ୍ତର୍ଗତ ପୂର୍ଣ୍ଣ ନ୍ୟାୟ କରିବାକୁ ଏହି ଶକ୍ତି ସର୍ବୋଚ୍ଚ ନ୍ୟାୟାଳୟର ଆଦର୍ଶ ବ୍ୟକ୍ତକୁ ଜୀବନ୍ତ କରିଥାଏ, ଯାହା, ଯେଉଁଠି ଧର୍ମ, ସେଠି ବିଜୟ ବିଶ୍ୱାସ ଉପରେ ଆଧାରିତ।

  • ମୁଁ ବରିଷ୍ଠଙ୍କ ମନୋରଞ୍ଜନ କରେ ନାହିଁ

    ନୂଆଦିିଲ୍ଲୀ: ବୁଧବାର ଦିନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମଣା ବରିଷ୍ଠ ଓକିଲଙ୍କୁ ତ୍ୱରିତ ତାଲିକା କରିବାକୁ ଅନୁମତି ଦେଇ ନାହାନ୍ତି ଓ କହିଛନ୍ତି କି, ଆଡଭୋକେଟ ଅନ ରେକର୍ଡ ବରଂ ଏହାର ଉଲ୍ଲେଖ କରନ୍ତୁ । ଜଣେ ଜୁନିଆର ଆଡଭୋକେଟଙ୍କ ଦ୍ୱାରା ସିଜେଆଇଙ୍କ ନିକଟରେ ବରିଷ୍ଠ ଓକିଲ ଏ ଏମ ସିଙ୍ଘଭିଙ୍କ ମାମଲାର ଶୁଣାଣି ତ୍ୱରିତ କରିବାକୁ ଅପିଲ କରାଯିିବା ପରେ ସିଜେଆଇ ଏପରି କହିଛନ୍ତି । ସିଙ୍ଘଭି ପୂର୍ବରୁ ଭର୍ଚୁଆଲ ମୋଡରେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆସୁଛନ୍ତି ।
    କୋର୍ଟ ପ୍ରକ୍ରିୟାରେ ବରିଷ୍ଠଙ୍କୁ ଅନୁମତି ଦେବାରେ ବିରକ୍ତି ପ୍ରକାଶ କରିଛନ୍ତି ସିଜେଆଇ । ସେ କହିଛନ୍ତି, ବରିଷ୍ଠତା ଉଲ୍ଲେଖ ନ କରନ୍ତୁ । ମୁଁ ବରିଷ୍ଠ ବ୍ୟାପାରର ଅନ୍ତ ଚାହୁଁଛି । କ୍ଷମା କରିବେ ସିଙ୍ଘଭି, ମୁଁ ବରିଷ୍ଠଙ୍କ ମନୋରଞ୍ଜନ କରି ନ ଥାଏ ।
    ଏହା ପୂର୍ବରୁ ମଧ୍ୟ ବରିଷ୍ଠ ଓକିଲ ସିବଲଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ କୋର୍ଟ । ଯେତେବେଳେ ବରିଷ୍ଠ ଓକିଲ ବରିଷ୍ଠତା ପ୍ରଦର୍ଶନ କରିବାକୁ ଚାହିଁଥିଲେ ସିଜେଆଇ କହିଥିଲେ, ସିବଲ ଜୀ, ଏହା ଆପଣଙ୍କ ପାଇଁ ମଧ୍ୟ ଲାଗୁ ହେଉଛି, ତେଣୁ ଦୟାକରି ନିଜ ଏଓଆରଙ୍କୁ ଉଲ୍ଲେଖ କରିବାକୁ କୁହନ୍ତୁ ।
    ଅଗଷ୍ଟ ୫ରେ ସିଜେଆଇ ରମଣା ବରିଷ୍ଠ ଓକିଲଙ୍କୁ କହିଥିଲେ ଯେ, କନିଷ୍ଠ ଓକିଲମାନେ ଅନୁରୋଧ କରିଛନ୍ତି କି, ବରିଷ୍ଠତା ତାଲିକା ବେଳେ ଉଲ୍ଲେଖ କରାନ ଯାଉ ।

  • ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ : ପ୍ରଧାନମନ୍ତ୍ରୀ

    ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ। ସେମାନଙ୍କୁ ଆଇନଗତ ସହାୟତା ଯୋଗାଇଦିଅ। ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିଙ୍କୁ ଏଭଳି ବାଗରେ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସର୍ବଭାରତୀୟ ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିର ପ୍ରଥମ ବୈଠକରେ ଏହାକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ବିଶ୍ୱାସ ନ୍ୟାୟିକ ବ୍ୟବସ୍ଥା ଉପରେ ଅତୁଟ ରହିଛି। ଏଥିଲାଗି ଯେ, ନ୍ୟାୟାଳୟର ଦ୍ୱାର ତାଙ୍କ ଲାଗି ସବୁବେଳେ ଖୋଲା। କେହି ସେମାନଙ୍କ ଅସୁବିଧା ନ ଶୁଣିଲେ ବି ଅଦାଲତ ଅଛି ବୋଲି ଏ ବିଶ୍ୱାସ ମନରେ ରହିଛି। ଗଲା ୮ ବର୍ଷ ଭିତରେ ସରକାର ନ୍ୟାୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ୯ ହଜାର କୋଟି ଟଙ୍କା ବି ମଞ୍ଜୁରୀ ପାଇଛି। ଜିଲ୍ଲା କୋର୍ଟରେ ୧ କୋଟି, ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷ ମାମଲା ଭର୍ଚ୍ଚୁଆଲରେ ଶୁଣାଣୀ ହୋଇଛି। ବିଶେଷ କରି କୋଭିଡ୍ ସମୟରେ ଭର୍ଚ୍ଚୁଆଲ ଶୁଣାଣୀରେ ଗୁରୁତ୍ୱ ବାରି ହୋଇପଡ଼ିଥିଲା। ସମ୍ୱିଧାନସମ୍ମତ ନିଜର ଅଧିକାର ଓ କର୍ତ୍ତବ୍ୟ ବାବଦରେ ଲୋକଙ୍କୁ ସଚେତନ କରିବା ଅଧିକ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ।

    ଲୋକଙ୍କ ବିକାଶ ପାଇଁ ପରବର୍ତ୍ତୀ ପୀଢିକୁ ଟେକ୍ନୋଲୋଜି ଉପରେ ଅଧିକ ଫୋକସ୍ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ମୋଦି। ସେପଟେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିଛନ୍ତି କି, ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ଏବେକାର ସମୟ ପାଇଁ ଅତି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶେଷ କରି ତଳକୋର୍ଟକୁ ସୁଦୃଢ଼ କରିବା ଅଧିକ ଆବଶ୍ୟକ। କାରଣ ଜିଲ୍ଲା କୋର୍ଟ ହିଁ ଲୋକଙ୍କୁ ନ୍ୟାୟ ଦେବାର ପ୍ରଥମ କଣ୍ଟାକ୍ଟ ପଏଣ୍ଟ। ପ୍ରତି ପ୍ରଗତିଶୀଳ ନୀତି ଏକ ସୁଦୃଢ଼ ମୂଳଦୁଆ ଆବଶ୍ୟକ କରେ। ଆଉ ଏହି ସମାନ କଥା ଜୁଡିସିଆରୀରେ ବି ଦରକାର। ଲୋକମତରେ ଜିଲ୍ଲା କୋର୍ଟରୁ ହିଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ କି ଅନୁଭୂତି ସାଉଁଟିଛନ୍ତି, ଏଇଠୁ ହିଁ ଲୋକେ ଅଭିଜ୍ଞତା ହାସଲ କରିନିଅନ୍ତି। ସେଥିଲାଗି ତ ତଳକୋର୍ଟର କାନ୍ଧରେ ବଡ଼ ଗୁରଭାର ରହିଛି। କାରଣ ତଳକୋର୍ଟ ହିଁ ଲୋକଙ୍କ ଅସୁବିଧା ଓ ସାମାଜିକ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିପାରିବାର ପ୍ରକୃଷ୍ଠ କ୍ଷେତ୍ର ଅଟେ। ଆଉ ଏଥିପାଇଁ ମଲଟିଫେସେଟ୍ ଟାସ୍କ ଓ ରୋଲ୍ ନିର୍ବାହ କରିବାକୁ ପଡ଼ିବ ଜିଲ୍ଲା କୋର୍ଟଗୁଡିକୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି।

    ଯଦି କୋର୍ଟ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଲୁଚାଇବ, ଚାପରେ ରହିବ ଓ ଠିକଣା ଭାବରେ ଜଣାଇବନି, ତେବେ ସିଷ୍ଟମ ହଲିଯିବ। ଏପରିକି ପ୍ରଧାନ ବିଚାରପତି ଆଶଙ୍କା ବି କରିଛନ୍ତି କି, ଏଭଳି ମନୋଭାବ ରହିଲେ, ସାମାଜିକ ନ୍ୟାୟ ଦେବାରେ ଅଦାଲତ ନିଜର ସାମ୍ୱିଧାନିକ ଦାୟିତ୍ୱ ନିର୍ବାହ କରିପାରିବନି। ସେଥିଲାଗି ଡିବେଟ୍ ଓ ଡିସାଇଡ୍ ଥିଓରୀକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରମଣା। ଚାକିରୀର ସର୍ତ୍ତ, ପାରିଶ୍ରମିକ ଓ ଭିତ୍ତିଭୂମିର ଆହ୍ୱାନ ଯେମିତି ଚାପର ଗୋଟିଏ ଗୋଟିଏ ଆଧାର ବୋଲି ଦର୍ଶାଇଛନ୍ତି ଜଷ୍ଟିସ ରମଣା। ବିଚାରାଧୀନ ବନ୍ଦୀଙ୍କ ବାବଦରେ ତ୍ୱରିତ ଶୁଣାଣୀ ଓ ବିଚାରକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ବିଚାରପତି। ଓକିଲଙ୍କ ପ୍ରଭାବଶାଳୀ ଯୁକ୍ତି ଓ ତର୍କ ଯେତିକି ଜରୁରୀ। ସେଭଳି ଭାବରେ ଓକିଲ ବି ସମର୍ପିତ ହେବା ଦରକାର।

    କାରଣ ବିଚାରାଧୀନ ବନ୍ଦୀ ତଥା ସେମାନଙ୍କ ମହକିଲର ସ୍ଥିତି ଓ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଦରକାର ଓକିଲ। ସେଥିଲାଗି ଜେଲକୁ ଭିଜିଟ୍ କରି ମହକିଲଙ୍କ ବାସ୍ତବତାକୁ ବୁଝିବା ଦରକାର। ଏଡିଆର ଓ ଲୋକଅଦାଲତକୁ ସୁଦୃଢ କଲେ ଅଦାଲତରେ ଗଡ଼ୁଥିବା ମାମଲାର ବୋଝ ଓ ବ୍ୟାକଲଗ୍ ଦୂର ହୋଇପାରିବ ବୋଲି ମତପୋଷଣ କରିଛନ୍ତି ପ୍ରଧାନ ବିଚାରପତି। କାରଣ ଏହି ଦୁଇଟି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଲୋକ ନିଜର ଅଭିଯୋଗର ସମାଧାନ ପାଇପାରୁଛନ୍ତି। ଦେଶର ଶକ୍ତି ହେଉଛନ୍ତି ଯୁବବର୍ଗ। ଯଦି ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଏ, ତେବେ ସେମାନଙ୍କର ଦକ୍ଷତାକୁ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଲଗାଯାଇପାରିବ। ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ମାଗଣା ଆଇନଗତ ସହାୟତା ଯୋଗାଇଦେବାର ଲକ୍ଷ୍ୟ ରହିଛି। ସେପଟେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି କି, ଫ୍ୟାମିଲି କୋର୍ଟରେ ଗଡ଼ୁଥିବା ମାମଲାକୁ ତ୍ୱରିତ ସମାଧାନ ଲାଗି ସୁନିଶ୍ଚିତ କରାଯାଉଛି। ଏବେ ୧୧ ଲକ୍ଷରୁ ବେଶୀ ମାମଲା ପେଣ୍ଡିଂ ଅଛି। ପରିବାରରେ ବଡ଼ଙ୍କ ଭିତରେ ବିବାଦରୁ କାହିଁକି ଛୋଟ ପିଲା ଭୋଗିବେ।

    ସେଥିଲାଗି ପରିବାର ଅଦାଲତରେ ଗଡ଼ୁଥିବା ମାମଲାର ତ୍ୱରିତ ବିଚାର ଲାଗି ଜିଲ୍ଲା ଜଜ୍ ଙ୍କୁ ଅପିଲ୍ କରିଛନ୍ତି ମନ୍ତ୍ରୀ ରିଜ୍ଜୁ। ଲୋକସଭାରେ ଫ୍ୟାମିଲି କୋର୍ଟ ଆମେଣ୍ଡମେଣ୍ଟ୍ ବିଲ୍ ୨୦୧୧ ପାରିତ ହୋଇସାରିଛି। ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଉପସ୍ଥାପିତ ହେବ। ଟେଲି- ଲ ପ୍ରୋଗ୍ରାମ ପାଇଁ ପ୍ରତି ଜିଲ୍ଲାରେ ନାଲସା ୭ଶହ ଆଇନଜୀବିଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଏହି ଏମପ୍ୟାନେଲ୍ ଲୟର ରେଫେରାଲ ଲୟର ଭାବରେ ପରିଗଣିତ ହେବେ ଓ ସମସ୍ୟାକୁ ଏଡ଼ାଇବା ସହ ପ୍ରି-ଲିଟିଗେସନ ଷ୍ଟେଜ୍‌ରୁ ସମସ୍ୟା ତୁଟାଇବାକୁ ପ୍ରୟାସ କରିବେ। ନ୍ୟାୟବନ୍ଧୁ ଯୋଜନାରେ ୧୧୨ ଆକାଙ୍କ୍ଷୀ ଜିଲ୍ଲାରେ ଲୋକଙ୍କୁ ଆଇନଗତ ଶିକ୍ଷା, ସଚେତନ କରାଇବାକୁ ପ୍ରୟାସ ଜାରି ରହିଛି। ଅଗଷ୍ଟ ୧୫ ନଚେତ୍ ତା ଆଗରୁ ଅଧିକରୁ ଅଧିକ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବାକୁ ଟାର୍ଗେଟ ରହିଛି। ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏହି ଟାର୍ଗେଟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ସକାଳୁ ପିଲା ସ୍କୁଲ ଯାଇପାରିବେ ତ ଆମେ କାହିଁ ନୁହଁ: ସିଜେଆଇ

    ଯଦି ପିଲାମାନେ ସକାଳ ୭ଟାରେ ସ୍କୁଲ ଯାଇପାରୁଛନ୍ତି, ତେବେ ବିଚାରପତି ଏବଂ ଆଇନଜୀବୀମାନେ ସକାଳ ୯ଟାରୁ କାହିଁକି   କୋର୍ଟ ଆରମ୍ଭ କରିପାରିବେ ନାହିଁ? ସୁପ୍ରିମ କୋର୍ଟର ବିଚାରପତି ତଥା ଅଗଷ୍ଟରେ ଭାରତର ମୁଖ୍ୟ ବିଚାରପତି ପଦକୁ ଉନ୍ନିତ ହେବାକୁ ଥିବା ଜଷ୍ଟିସ ଉଦୟ ଉମେଶ ଲଲିତ ଶୁକ୍ରବାର ସକାଳ ୯.୩୦ ସମୟରେ କୋର୍ଟରେ ଶୁଣାଣି କାଳରେ କହିଛନ୍ତି। ଜଷ୍ଟିସ୍‌ ଲଲିତ କୋର୍ଟର ସାମାନ୍ୟ ସମୟର ଏକ ଘଣ୍ଟା ପୂର୍ବରୁ ମାମଲାର ଶୁଣାଣି କରିଥିଲେ।

    ସୁପ୍ରିମକୋର୍ଟଙ୍କ ବେଞ୍ଚ ସପ୍ତାହର ୫ ଦିନ ସକାଳ ସାଢେ ୧୦ରୁ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୁଣାଣି କରିଥାନ୍ତି। ଏହି ସମୟ ମଧ୍ୟରେ ୧ ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହୋଇଥାଏ। କିନ୍ତୁ ଜଷ୍ଟିସ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ବେଞ୍ଚ ଶୁକ୍ରବାର ଦିନ ୯.୩୦ରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି।

    ଏହି ମାମଲାରେ ହାଜର ହୋଇଥିବା ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ବେଞ୍ଚର ଶୀଘ୍ର ଶୁଣାଣି ଆରମ୍ଭ ହୋଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ୯.୩୦ରୁ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଧିକ ଉପଯୁକ୍ତ ସମୟ ହୋଇଥାଏ। ଏହା ପରେ ଜଷ୍ଟିସ ଲଲିତ ଉତ୍ତର ଦେଇଥିଲେ ଯେ, ସେ ସର୍ବଦା ବିଶ୍ୱାସ କରିଥାନ୍ତି କି କୋର୍ଟ ଜଲଦି ବସିବା ଉଚିତ୍। ଆମେ ସମାଳ ୯ଟାରେ ବସିବା ଠିକ ହେବ ।  

    ସେ କହିଛନ୍ତି ଯେ, ଯଦି ଆମ ପିଲାମାନେ ସକାଳ ୭ଟାରେ ସ୍କୁଲ ଯାଇପାରୁଛନ୍ତି ତେବେ ଆମେ ୯ଟାରେ କଣ ପାଇଁ କୋର୍ଟ ଆସିପାରିବା ନାହିଁ? ଜଷ୍ଟିସ ଲଲିତ ପରାମର୍ଶ ଦେଇଛନ୍ତି ଯେ ଯେତେବେଳେ ଦୀର୍ଘ ଶୁଣାଣିର ଆବଶ୍ୟକତା ନଥିଲା, ସେତେବେଳେ ସୁପ୍ରିମକୋର୍ଟଙ୍କ ବେଞ୍ଚ ସକାଳ ୯ଟାରୁ ଆରମ୍ଭ ହୋଇ ସକାଳ ୧୧.୩୦ ରେ ଅଧ ଘଣ୍ଟା ବିରତି  ପରେ ପୁଣି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ କରି ଅପରାହ୍ନ ୨ଟା ସୁଦ୍ଧା ଶେଷ କରବା। ଏହାପରେ ଆପଣଙ୍କୁ ସନ୍ଧ୍ୟାରେ ଅଧିକ କାମ କରିବା ପାଇଁ ସମୟ ମିଳିଯିବ। 

    ସୂଚନା ଅନୁଯାୟୀ, ଅଗଷ୍ଟରେ ଜଷ୍ଟିସ ଲଲିତ ଭାରତର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଲଲିତ ଅଗଷ୍ଟ ୨୭ରେ CJI ଏନଭି ରମଣରୁ ଦାୟୀତ୍ୱ ଗ୍ରହଣ କରିବେ। ତେବେ ତାଙ୍କର କାର୍ଯ୍ୟକାଳ ଅଧିକ ଦିନ ଧରି ନୁହେଁ ଏବଂ ସେ ନଭେମ୍ୱର ୮ ପର୍ଯ୍ୟନ୍ତ ଏହି ପଦରେ ରହିବେ।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Back to top button