dowry

  • ଯୌତୁକ ନିର୍ଯାତନା ସହିନପାରି ଆତ୍ମହତ୍ୟା

    ପୁରୀ: ଯୌତୁକ ନିର୍ଯାତନା ସହିନପାରି ବୋହୂ କଲା  ଆତ୍ମହତ୍ୟା । ପରିବାର ଲୋକେ ଆଣିଲେ ହତ୍ୟାର ଅଭିଯୋଗ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ସାଖିଗୋପାଳ ଥାନା ଅଧୀନ ଗୋକେନ୍ ଗ୍ରାମରେ । ମୃତକ ମହିଳା ଜଣକ ହେଲେ ରଶ୍ମିତା ମଲ୍ଲିକ ।

    ଅଭିଯୋଗ ଅନୁଯାୟୀ, କୁମାର ପଡାର ରଶ୍ନିତା ଗୋକେନ ଗ୍ରାମର ପ୍ରଶାନ୍ତ ମଲ୍ଲିକକୁ ବୈଦିକ ବିବାହ କରିଥିଲେ। ବିବାହର କିଛିଦିନ ଯାଏଁ ସବୁକିଛି ଠିକ ଥିଲା। କିନ୍ତୁ ସମୟ ଗଡିବା ସହ ରଶ୍ମିତାଙ୍କ ଉପରେ ଆରମ୍ଭ ହୋଇଥିଲା ଶଶୁର ଘର ନିର୍ଯାତନା । ବିବାହରେ କାହିଁକି ଜ୍ୱାଇଁକୁ  ସୁନା ଚେନ ଦେଲେନି ଏକଥାକୁ ନେଇ ବାରମ୍ବାର ବୋହୂକୁ ଶୁଣାଉଥିଲେ ବିଭିନ୍ନ କଥା ।

    ଇତି ମଧ୍ୟରେ ରଶ୍ମିତାଙ୍କ ଝିଅଟିଏ ହୋଇଥିଲା । ଝିଅ ହେବା ପରେ ସବୁକିଛି ଠିକ୍ ହେଇଯିବା ଭାବି ରଶ୍ମିତା ଚୁପ ରହିଥିଲେ କିନ୍ତୁ ଏହା ପରେ ମଧ୍ୟ ତାଙ୍କ ନିର୍ଯାତନା କମିନଥିଲା । ଶେଷରେ ନିର୍ଯାତନା ସହିନପାରି ସେ ଦୁଇ ଦିନ ପୂର୍ବରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏହି କଥା ଜାଣି ଶଶୁର ଘର ଲୋକେ ରଶ୍ମିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ରଶ୍ମିତାଙ୍କ ବାପଘରକୁ ଫୋନ ଜରିଆରେ ଜଣାଇଥିଲେ ।

    ଡାକ୍ତରଖାନାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଘର ଲୋକେ ରଶ୍ମିତାଙ୍କ ମୃତଦେହ ଛାଡି ସେଠାରୁ ଚାଲିଯାଇଥିବା କଥା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ପରେ ମୃତକଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କ ଝିଅର ମର ଶରୀର  ନିଜ ଘରକୁ ନେଇଥିଲେ ।

    ଏବିଷୟରେ ପରିବାର ଲୋକେ ପିପିଲି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା କଥା ଜଣା ପଡିଛି । ତେବେ ରଶ୍ମିତାଙ୍କ ଶଶୁର ଘର ପକ୍ଷରୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ମିଳିନାହିଁ ।

  • ଦେଶରେ ଗତ ୩ ବର୍ଷରେ ବୃଦ୍ଧି ପାଇଛି ଦୁଷ୍କର୍ମ ମାମଲା

    ନୂଆଦିଲ୍ଲୀ: ଦେଶରେ ଗତ ତିନି ବର୍ଷରେ ଯୌତୁକ, ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ପରି ଅଭିଯୋଗରେ ଅଭିବୃଦ୍ଧି ହୋଇଛି। ଜାତୀୟ ମହିଳା କମିଶନ ନିକଟରେ ଏହି ଅଭିଯୋଗ ହୋଇଥିବା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

    ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଡବ୍ଲୁସିଡି ମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି କି, ବିଗତ ୩ ବର୍ଷରେ ଦେଶରେ ଯୌତୁକ, ଦୁଷ୍କର୍ମ ବା ଦୁଷ୍କର୍ମ ଉଦ୍ୟମକୁ ନେଇ ଅଧିକ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି।  ୨୦୨୨ରେ ୩୫୭ ଯୌତୁକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୦୨୧ରେ ୩୪୧ ଓ ୨୦୨୦ରେ ୩୩୦ ଯୌତୁକ ମାମଲା ଆସିଥିଲା ମହିଳା କମିଶନ ନିକଟକୁ।

    ସେହିପରି ୨୦୨୨ରେ ୧,୭୧୦ ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଥିବା ବେଳେ ୨୦୨୧ରେ ୧,୬୮୧ ଓ ୨୦୨୦ରେ ୧,୨୩୬ ମାମଲା ରୁଜୁ ହୋଇଥିଲା। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଇରାନୀ କହିଛନ୍ତି କି, ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୭୬୪ ଫାଷ୍ଟ ଟ୍ରାକ ସ୍ପେସାଲ କୋର୍ଟ ସହ ୪୧୧ ଇ-ପକ୍ସୋ କୋର୍ଟରେ ୧,୪୪,୦୦ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆହୁରି ୧,୯୮,୦୦୦ ମାମଲା ଏହି ସବୁ କୋର୍ଟରେ ପଡିରହିଛି।

  • BBSR_MURDER_PKG

    ()ରାଜଧାନୀରେ ନବବଧୂ କୁ ହତ୍ୟା ଅଭିଯୋଗ l ଯୌତୁକ ପାଇଁ  ସୈତାନ ସାଜିଲା ସ୍ୱାମୀ l 5ଲକ୍ଷ ଟଙ୍କା ଯୌତୁକ ନ ଆଣିବାରୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ l ମୃତକ ଜଣକ ହେଲେ ଜଗସିଂହପୁର ଢ଼ିଅସାହି ଅଞ୍ଚଳର ଲକ୍ଷ୍ମୀପ୍ରୟା ମହାନ୍ତି l ସ୍ୱାମୀ ଓ ପରିବାର ଲୋକ ଫେରାର ଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ l

    ଯୌତୁକ ନିଆଁରେ ବଳି  ପଡିଲେ  ନବବଧୂ! ୫ଲକ୍ଷ ଟଙ୍କା ଏବଂ ସୁନା ଚେନ ପାଇଁ ହତ୍ୟା ଅଭିଯୋଗ  ଆଣିଲେ ପରିବାର ଲୋକ l ସ୍ୱାମୀ ଓ ପରିବାର ଲୋକ ଫେରାର ଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ l ଗତ ଅଢେଇ ବର୍ଷ ତଳେ ଜଗସିଂହପୁର ଢ଼ିଅସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାନ୍ତି ମଞ୍ଚେଶ୍ୱର ଜରିପାଟଣା ଗାଁ ପ୍ରଭାତ ପରିଡ଼ାଙ୍କୁ ବିବାହ କରିଥିଲେ l ହେଲେ ବିବାହ ପରେ ପ୍ରଭାତ ଆରମ୍ଭ କରିଦେଇଥିଲେ ଅତ୍ୟାଚାର l ବିବାହ ବେଳେ 2 ଲକ୍ଷ ଟଙ୍କା ଆଣିଥିଲେ ମଧ୍ୟ ପୁଣି 5 ଲକ୍ଷ ଟଙ୍କା ଏବଂ ସୁନା ଚେନ ଆଣିବା ପାଇଁ ଲକ୍ଷ୍ମୀପ୍ରୟା ଙ୍କୁ ବାଧ୍ୟ୍ୟ କରୁଥିଲେ ଶାଶୁଘର ଲୋକ l ଏମିତି କି ବିଭିନ୍ନ ସମୟରେ ମାଡ ମାରି ବାପା ଘରକୁ ପଠେଇଦେଉଥିଲେ l ସୁନାଚେନ ନ ଆଣିଲେ  ତଣ୍ଟି ଚିପି  ମାରିଦେବାର  ଧମକ  ମଧ୍ୟ  ଦେଇଥିଲେ ସ୍ୱାମୀ ପ୍ରଭାତ l ତେବେ ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀପ୍ରିୟାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା କଥା ଲକ୍ଷ୍ମୀପ୍ରିୟାଙ୍କ ଭାଇକୁ ଜଣାଇଥିଲେ ସ୍ୱାମୀ ପ୍ରଭାତ l ଖବର  ପାଇ ଆସି  ପହଁଚିଲା  ପରେ ଘର  ଆଗରେ ଝିଅର  ମୃତଦେହ  ଦେଖିବାକୁ  ପାଇଥିବା ବେଳେ ଫେରାର ଥିଲେ ଶାଶୁଘର ଲୋକ l

    ଘଟଣା ସ୍ଥଳରେ ଏସିପିଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ମଞ୍ଚେଶ୍ୱର ଥାନା ପୋଲିସ ପହଁଚି ଆରମ୍ଭ କରିଥିଲେ ତଦନ୍ତ l ମୃତଦେହ ଜବତ କରିବା ସହ ଘରର  ସମସ୍ତ ଜିଣିଷର ଟିକନିକ ପରୀକ୍ଷା କରିଛି ସାଇଣ୍ଟିଫିକ ଟିମ l ପରେ  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ସ୍ୱାମୀ ପ୍ରଭାତ ଓ ପରିବାର ଲୋକ ବର୍ତ୍ତମାନ ଫେରାର ଥିବାରୁ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଗଲା ପରେ  ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ପଛର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସିପି।

    ଲକ୍ଷ୍ମୀପ୍ରୟା ମହାନ୍ତିଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଯଦି ହତ୍ୟା ତେବେ କେମିତି, କଣ ପାଇଁ କିଏ କଲା ହତ୍ୟା? ଆଉ ଯଦି ଆତ୍ମହତ୍ୟା ତେବେ ବିବାହର ଅଢେଇ  ବର୍ଷ ପରେ କଣ ପାଇଁ ନିଷ୍ପତି ନେଲେ ନବ ବଧୂ ଜଣକ? ଯାହା ତଦନ୍ତ ପରେ ସ୍ପଷ୍ଠ ହେବ।

    ସ୍ୱରୂପା ମହାପାତ୍ର ଙ୍କ ରିପୋର୍ଟ

  • ଯୌତୁକ ନିର୍ଯ୍ୟାତନା

    ନୟାଗଡ: ପୁଣି ସାମ୍ନାକୁ ଆସିଲା ଯୌତୁକ ପାଇଁ ନିର୍ଯାତନାର ଦୃଶ୍ୟ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଗୁରାହ ଗାଁରେ। ୨ ବର୍ଷ ତଳେ ପ୍ରକାଶ ନାୟକ  ଫୁଲୁବାଣୀ ଜ଼ିଲ୍ଲା ବଦଙ୍ଗୀ ଗାଁର ସନ୍ତୋଷୀ ବେହେରାଙ୍କୁ ପ୍ରେମ ବିବାହ କରିଥିଲା ବେଳେ ପ୍ରକାଶ ଯୌତୁକ ପାଇଁ ସନ୍ତୋଷୀଙ୍କୁ ବାରମ୍ୱାର ନିର୍ଯାତନା ଦେଇ ଆସୁଥିଲେ। ୧୫ ଦିନ ତଳେ ମଧ୍ୟ ଏଥିପାଇଁ  ସନ୍ତୋଷୀଙ୍କୁ ମାଡ ମାରିବା ସହ ତାଙ୍କୁ ବନ୍ଦ କୋଠରୀରେ ରଖି ତାଙ୍କ ଚୁଟି କାଟି ଦେଇଥିଲେ ଏବଂ ତାଙ୍କୁ ଧାରୁଆ ଅସ୍ତ୍ରରେ ଦେହର ବିଭିନ୍ନ ସ୍ଥାନକୁ କାଟି ଦେଇଥିଲା। ଗତ ୩ତାରିଖ ଦିନ ସ୍ତ୍ରୀ ଏବଂ ୧୧ମାସ ଶିଶୁକୁ ମାରିଦେବା ପାଇଁ ଉଦ୍ୟମ ମଧ୍ୟ କରିଥିଲା ସ୍ୱାମୀ ପ୍ରକାଶ। ତେବେ କୌଣସି ସୂତ୍ରରୁ ଝିଅର ବାପଘର ଲୋକ ଖବର ପାଇ ଵାଣିଗୋଚ୍ଛା ପୋଲିସକୁ ଜଣାଇଥିଲା ବେଳେ ପୋଲିସ ମା ଓ ଶିଶୁକୁ ଉଦ୍ଧାର କରିଥିଲା। ଏବଂ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି l 

Back to top button