FIRECRAKER FACTORY

  • ଜଳିଗଲା ଗୋଦାମ ଘର

    ମୟୂରଭଞ୍ଜ: ମୟୂରଭଞ୍ଜ ଯଶୀପୁର ଥାନା ଜାମୁକେଶ୍ୱରଠାରେ ଜଳିଗଲା ଗୋଦାମ ଘର। ଗତକାଲି ବିଳମ୍ବିତ ରାତିରେ ରତିକାନ୍ତ ବାରିକ ତାଙ୍କ ଦୋକାନକୁ ବନ୍ଦ କରି ଘରକୁ ଯାଇଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଦୋକାନର ଗୋଦାମ ଘରେ ନିଆଁ ଲାଗି ଯାଇଥିଲା। ଗୋଟିଏ ମାରୁତି ଭ୍ୟାନ ସହ ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ଘର ଭିତରେ ଥିବା ଦୋକାନ ସାମଗ୍ରୀ ଓ ଏକ ମାରୁତି ଭ୍ୟାନ ସମ୍ପୂର୍ଣ୍ଣ ଜଳିଯାଇଥିଲା ।

  • ବାଣ କାରଖାନାରେ ବିସ୍ଫୋରଣ: ୧ ମୃତ

    ମିରଟ: ମିରଟର ଏକ ବାଣ କାରଖାନାରେ ବିସ୍ଫୋରଣ। ଶୁକ୍ରବାର ମିରଟରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ଉତ୍ତରପ୍ରଦେଶର ମିରଟରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଫଳରେ କାରଖାନା ଭିତରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି।  ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି।

    ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରୋହତା ଥାନା ଅଧୀନରେ କାରଖାନାଟି ବେଆଇନ ଭାବେ ଚାଲୁଥିଲା। ବିସ୍ପୋରଣ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

Back to top button