IRREGULARITY

  • କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ହୋଇଛି ଅନିୟମିତତା: ଥରୁର

    ନୂଆଦିଲ୍ଲୀ: କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ଗଣତି ଚାଲିଛି। ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ନିର୍ବାଚନ ହୋଇଯାଇଛି। ଫଳାଫଳ ବାହାରିବା ପୂର୍ବରୁ ଥରୁର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ଥରୁର।

    ବୁଧବାର ମତ ଗଣନା ଆରମ୍ଭ ହେବା ପରେ ପରେ ଥରୁର ଟିମ ପକ୍ଷରୁ ଅଭିଯୋଗ ହୋଇଛି। ଥରୁରଙ୍କ ନିର୍ବାଚନ ଏଜେଣ୍ଟ ସଲମାନ ସୋଜ ଅଭିଯୋଗ କରିଛନ୍ତି କି, ମଧୁସୂଦନ ମିସ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କରେ ରହିଛୁ, ତାଙ୍କୁ ବିଭିନ୍ନ ମୁଦ୍ଦାକୁ ନେଇ ସୂଚିତ କରାଯାଇଛି।

    ତେବେ ଥରୁର ଟିମ ଅଭିଯୋଗ କରିଛି କି, ଉତ୍ତର ପ୍ରଦେଶରେ ନିର୍ବାଚନ କାଳରେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ହୋଇଛି। ତେଣୁ ସେଠାର ଭୋଟକୁ ରଦ୍ଦ କରାଯାଉ। ଥରୁର ଟିମ କହିଛି, ଆମେ ନିର୍ବାଚନ ଏଥିପାଇଁ ଲଢି ନ ଥିଲୁ କି, ସବୁ କିଛି ପୂର୍ବବତ୍ ରହିବ।

    ସେପଟେ ଛତିଗଡ କଂଗ୍ରେସ ପ୍ରଭାରି ପିଏଲ ପୁନିଆ କହିଛନ୍ତି କି, ଆମେ କାହାକୁ ଭେଟିବାକୁ ଆସିଥିଲୁ ଓ ତାଙ୍କୁ ଅଗ୍ରିମ ଶୁଭେଚ୍ଛା ଦେଇଥିଲୁ। ଜଗଜୀବନ ରାମଙ୍କ ପରେ ଦଳିତ ଓ ପଛୁଆ ବର୍ଗରୁ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଏଥିରେ କଂଗ୍ରେସକୁ ଅଧିକ ଲାଭ ମିଳିବ।

    ତେବେ ଥରୁରଙ୍କ ଅଭିଯୋଗ ଉପରେ ପୁନିଆ କହିଛନ୍ତି, ଭୋଟ ଗଣତି ଆରମ୍ଭ ହେବା ପରେ ଅଭିଯୋଗ ଆଣୁଛନ୍ତି। ଏହା ପୂର୍ବରୁ କାହିଁ କହି ନ ଥିଲେ? ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ସମୟରେ ହୋଇଛି। ତାଙ୍କ ଅଭିଯୋଗ ଭିତ୍ତିହୀନ। ସେ ଆହୁରି କହିଛନ୍ତି, କଂଗ୍ରେସ ଉପରେ ଯେଉଁମାନେ ପରିବାରବାଦର ଅଭିଯୋଗ ଆଣୁଛନ୍ତି, ନିଜକୁ ଦେଖନ୍ତୁ। ଏବେ ଗାନ୍ଧୀ ଓ ନେହରୁ ପରିବାରରୁ କେହି ଅଧ୍ୟକ୍ଷ ହେଉ ନାହାନ୍ତି। ବରଂ ଦଳିତ ଓ ପଛୁଆ ବର୍ଗରୁ ହେଉଛନ୍ତି।

    ମିନ୍ତ୍ରୀଙ୍କୁ ଟିମ ଥରୁର ଦେଇଥିବା ଚିଠିରେ ଉଲ୍ଲେଖ କରିଥିଲେ କି, ଉତ୍ତର ପ୍ରଦେଶରେ ନିର୍ବାଚନ ସଂଚାଳନରେ ଅତ୍ୟନ୍ତ ଗମ୍ଭୀର ଅନିୟମତତା ହୋଇଛି, ସେଥିପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛୁ। ଆପଣ ନିଜେ ଦେଖିବେ କି, ୟୁପିରେ ତଥ୍ୟରେ ବହୁ ହେରଫେର ହୋଇଛି ଓ ନିର୍ବାଚନ ପ୍ରକ୍ରିୟାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମତଦାନ କେନ୍ଦ୍ରରେ ଅନୌପଚାରିକ ଲୋକଙ୍କ ଗହଳି, ମତପେଟିରେ ଅନଅଫିସିଆଲ ମୋହର ଓ ମତଦାନ ବେଳେ ବ୍ୟାପକ ହେରଫେର ନେଇ ମିସ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଥରୁର ଟିମ।

  • ଠିକା ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା

    ମାଲକାନଗିରି: ଉନ୍ନତମାନର ସେବା ଚୁଲିକୁ ଯାଉ। ହେଲେ ଠିକାଦାରୀ ପ୍ରୀତି ଅତୁଟ ରହୁ। ଏବେ କିଛି ଏମିତି ବାଗରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ଦାୟିତ୍ୱହୀନ ଠିକା ସଂସ୍ଥାକୁ କାହା ସ୍ୱାର୍ଥରେ ବାରମ୍ୱାର ନବୀକରଣ କରୁଛନ୍ତି ସିଡିଏମଓ, ତାକୁ ନେଇ ଉଠିଛି ପ୍ରଶ୍ନ। ବୁଦ୍ଧିଜୀବିଙ୍କଠୁ ନେଇ ସ୍ୱେଛାସେବୀ। ସମସ୍ତଙ୍କ ମୁହଁରେ ଏଭଳି ଆପତ୍ତିକୁ ନେଇ କିନ୍ତୁ ସିଡିଏମଓ କୌଣସି ପ୍ରତିକ୍ରିୟା ରଖିବାକୁ ଉଚିତ ମଣିନାହାନ୍ତି।

    ଡାକ୍ତର ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମାଲକାନଗିରି ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ଯେମିତି ପ୍ରଶଂସା ସାଉଁଟୁଛି। ଠିକ୍ ସେମିତି କିଛି ଘରୋଇ ଠିକା ସଂସ୍ଥା ସିଡିଏମଓଙ୍କ ଉପରେ ଏମିତି କି ଜାଦୁ କରିଛି, ତାକୁ ନେଇ ସେତିକି ଆଲୋଚନା ହେଉଛି। ଆଉ ଏହା ନିରାଧାର ବି ନୁହେଁ। ଏ ଚିଠି ହିଁ ଏ କଥାକୁ ବୟାନ କରୁଛି।

    ହସ୍ପିଟାଲର ରୋଗୀଙ୍କୁ ଖାଦ୍ୟ, ଅନ୍ୟାନ୍ୟ ସାମଗ୍ରୀ, ସଫେଇ ଓ ସୁରକ୍ଷାକର୍ମୀ ଯୋଗାଣ  ଏବଂ  ଲଣ୍ଡ୍ରିଂ କାମ ପାଇଁ ନିୟୋଜିତ ଠିକା ସଂସ୍ଥା ବାରମ୍ୱାର ଦାୟିତ୍ୱରେ ଅବହେଳା କରିଆସୁଛି। ଏହାକୁ ନେଇ ଡାକ୍ତରଖାନାର ଅଧୀକ୍ଷକ ବାରମ୍ୱାର ସଂପୃକ୍ତ ଦୁଇ ଠିକା ସଂସ୍ଥା ସାଇନ୍ ଲଣ୍ଡ୍ରି ଓ ସୁମିତ ସିକ୍ୟୁରିଟି ସର୍ଭିସକୁ ଚିଠି ଲେଖିଲେଣି। ଆଉ ଏହି ଦୁଇ ସଂସ୍ଥାର ଅବହେଳା ବାବଦରେ ସିଡିଏମଙ୍କ ଦୃଷ୍ଟି ବି ଆକର୍ଷଣ କରାଯାଇଛି। କେଉଁଠି ଦୁଇ ଦିନ ହେଲା ଇନଡୋର ରୋଗୀଙ୍କୁ ଫଳ ଖାଇବାକୁ ଦିଆଯାଇନି ତ କେଉଁଠି ତିନି ମାସ ଡାଏଟ୍‌ ବିଲ୍ ଦେଇନି ସୁମିତ୍ ସିକ୍ୟୁରିଟି ସର୍ଭିସ୍। କଲର କୋଡ଼ିଂ ପ୍ରୋଟକଲକୁ ଉଲ୍ଲଂଘନ କରି ବେଡସିଟ୍ ଯୋଗାଣ କରିନଥିଲା ସାଇନ୍ ଲଣ୍ଡ୍ରି।

    ଏ ସବୁ ବାବଦରେ ଟିକିନିଖି ବିବରଣୀ ଦେଇ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଧୀକ୍ଷକ। ହେଲେ କୌଣସି ଆକ୍ସନ ତ ନାହିଁ। ପାଲଟା ଏଭଳି ସଂସ୍ଥାକୁ ପୁଣି ନବୀକରଣ କାହିଁକି ବୋଲି ସନ୍ଦେହ କରୁଛି ବିଭିନ୍ନ ମହଲ। ତଥାପି ସିଡିଏମଓ ଏହି ବେପରୁଆ ଠିକା ସଂସ୍ଥା କୁ କଳା ତାଲିକାଭୁକ୍ତ କରି ନୂଆ ଟେଣ୍ଡରକୁ କାହିଁକି ଯାଉନାହାନ୍ତି ବୋଲି ପ୍ରଶ୍ନ ଉଠୁଥିଲା ବେଳେ ସିଡିଏମଓ ଏ ନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

    ମାଲକାନଗିରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେଲାଣି। ହେଲେ କିଛି ଦାୟିତ୍ୱହୀନ ଠିକା ସଂସ୍ଥାକୁ ଯଦି କର୍ତ୍ତୃପକ୍ଷ ଜାଣିଶୁଣି ଅଗ୍ରାଧିକାର ଦେବେ, ତେବେ ଏହା କାହା ସ୍ୱାର୍ଥରେ ବୋଲି ସାଧାରଣରେ ସନ୍ଦେହ ଉଠିବା ସ୍ୱାଭାବିକ କଥା।

    ସନ୍ତୋଷ ନାଗଙ୍କ ରିପୋର୍ଟ

  • ନବରଙ୍ଗପୁର: ଚାଉଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା

    ନବରଙ୍ଗପୁର: ଅବ୍ୟବସ୍ଥାରେ ସରକାରୀ ଯୋଜନା। କିଛି ଦୁର୍ନୀତିମୂଳକ ବାବୁଙ୍କ ପାଇଁ ସରକାରଙ୍କ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପଞ୍ଚାୟତ ପିଇଓଙ୍କ ଜାଲ ଦସ୍ତଖତରେ ଗରିବ ହିତାଧିକାରୀଙ୍କ ଚାଉଳ ହଡପ ହେଉଥିବା ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା ଅମଳାଭଟ୍ଟା ପଂଚାୟତରେ।  

    ସରକାର ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ନବରଙ୍ଗପୁର ଜିଲ୍ଲା ଅମଳାଭଟ୍ଟା ପଞ୍ଚାୟତରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଛି। ତେବେ ଗତ ୩ ମାସରେ ପ୍ରାୟ ୧ ହଜାରରୁ ଅଧିକ କୁଇଣ୍ଟାଲ ଚାଉଳ ହିତାଧିକାରୀ ପାଇପାରିନଥିବା ଅଭିଯୋଗ ହୋଇଛି। କିନ୍ତୁ ପଂଚାୟତ ତରଫରୁ ସରକାରୀ ଗୋଦାମରୁ ଗତ ମେ ମାସ ୧୨ ତାରିଖରୁ ଜୁନ ମାସ ୨୩ ତାରିଖ ମଧ୍ୟରେ ୧୦୫୪.୩୭ କୁଇଣ୍ଟାଲ ଚାଉଳ ଉଠାଯାଇଛି। ହେଲେ ତାହା ହିତାଧିକାରୀଙ୍କୁ ଦିଆଯାଇନାହିଁ । ଚାଉଳ ନପାଇ ଲୋକେ ସରପଞ୍ଚ ଏବଂ ପଞ୍ଚାୟତ ପିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଉଭୟ ସରପଞ୍ଚ ଏବଂ ପିଇଓ ତେନ୍ତୁଳିଖୁଣ୍ଟି ବିଡ଼ିଓଙ୍କ ନିକଟରେ ଏହାକୁ ନେଇ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

    ତଦନ୍ତ କରିବାକୁ ଯାଇଥିବା ବିଡ଼ିଓ ଏବଂ ଅନ୍ୟାନ୍ୟ କର୍ମଚାରୀ ପଂଚାୟତର ଚାଉଳ ଗୋଦାମ ଯାଇ ଯାଞ୍ଚ କରିଥିଲେ। ତେବେ ସେଠାରେ ୧୯୧ କୁଇଣ୍ଟାଲ ଚାଉଳ ଥିବା ଜଣାପଡିଥିବା ବେଳେ ବାକି ଚାଉଳ ନଥିଲା । ଏହାପରେ ଏଥିରେ ସଂପୃକ୍ତ ଥିବା ଯୋଗାଣ ସହାୟକଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ଅମଳାଭଟ୍ଟା ପଂଚାୟତରେ ୧ହଜାରେ ୫୦୧ ଜଣ ଚାଉଳ କାର୍ଡଧାରୀ ଅଛନ୍ତି। ଗତ ମେ, ଜୁନ, ଏବଂ ଜୁଲାଇ ମାସର ଫ୍ରି ଚାଉଳ ବାବଦକୁ ଆସିଥିବା ପ୍ରାୟ ୮୬୬  କୁଇଣ୍ଟାଲ ଚାଉଳ ହଡପ କରିଥିବା ତଦନ୍ତରୁ ଜଣାପଡିଛି । ସେଭଳି ଜୁଲାଇ ମାସର ଟଙ୍କିକିଆ ଚାଉଳ ମଧ୍ୟ ଅନେକ ହିତାଧିକାରୀଙ୍କୁ ମିଳିନାହିଁ।

    ଯୋଗାଣ ସହାୟକ ସରକାରୀ ଚାଉଳ ଗୋଦାମରୁ ପଞ୍ଚାୟତକୁ ଆଣିବା ପାଇଁ ପିଇଓଙ୍କ ଜାଲ ଦସ୍ତଖତ କରିବା ସହ ସିଲ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ପିଇଓ ହରେକୃଷ୍ଣ ବିଶୋଇ । ତେବେ ଘଟଣା ସମ୍ପର୍କରେ ଆମେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ  ବିଡ଼ିଓଙ୍କ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଗରିବଙ୍କ ପାଇଁ ସରକାର କରିଥିବା ଯୋଜନା କିଛି ସରକାରୀ ବାବୁଙ୍କ ପାଇଁ ବାଟବଣା ହୋଇଛି। ତେବେ ଦେଖିବାକୁ ବାକି ରହିଲା କେବେ ଏହି ଚାଉଳ ସମସ୍ୟାର ସମାଧାନ ହେଉଛି।

    ନବରଙ୍ଗପୁରରୁ ରବି ପଟ୍ଟନାୟକଙ୍କ ରିପୋର୍ଟ

  • ଅନିୟମିତ ମାସିକ ଋତୁଚକ୍ର ହେଉଛି କି…

    ପୁରୁଷଙ୍କ ତୁଳନାରେ ମହିଳାଙ୍କ ଜୀବନ ଜଟିଳ। ମୁଖ୍ୟତଃ ମହିଳାଙ୍କ ମାସିକ କ୍ରିୟା ବା ପରିୟଡ ଉପରେ ଜୀବନଶୈଳୀ ନିର୍ଭର କରିଥାଏ।  କିନ୍ତୁ ଆଜିକାଲି ଅଧିକାଂଶ ମହିଳାଙ୍କଠାରେ ଅନିୟମିତ ପିରିୟଡର ଅଭିଯୋଗ ରହିଛି। ପରିୟଡ ସାଇକେଲ ବା ଦୁଇ ପିରିୟଡ ମଧ୍ୟରେ ବ୍ୟବଧାନରେ ଅନିୟମିତତାକୁ ଅନିୟମିତ ପିରିୟଡ କୁହାଯାଇଥାଏ। ସାଧାରଣତଃ ଦୁଇ ପିରିୟଡ ମଧ୍ୟରେ ୨୮ ଦିନର ବ୍ୟବଧାନକୁ ଆଭରେଜ ପିରିୟଡ ସାଇକେଲ କୁହାଯାଇଥାଏ। କିନ୍ତୁ ଅନେକଙ୍କର ଏହି ସମୟଠାରୁ କମ ବା ଅଧିକ ଦିନର ବ୍ୟବଧାନ ଦେଖିବାକୁ ମିଳେ।

    ସାଧାରଣତଃ ୨୧ ଦିନରୁ କମ ବା ୩୫ ଦିନରୁ ଅଧିକ ବ୍ୟବଧାନରେ ପିରିୟଡ ହେବାକୁ ଅନିୟମିତ କୁହାଯିବ।  ଯେଉଁ ମହିଳାଙ୍କ ମାସିକ କ୍ରିୟା ମଧ୍ୟରେ ଅଧିକ ବ୍ୟବଧାନ ରହିଥାଏ, ସେମାନଙ୍କ ଅଣ୍ଡଧାରଣ କରିବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଏନୋବୁଲେଟରୀ  ସାଇକେଲ ଭାବେ ଜଣାଯାଇଥାଏ। ଏହା ଦ୍ବାରା ଗର୍ଭଧାରଣରେ ମଧ୍ୟ ଜଟିଳତା ଦେଖା ଦେଇଥାଏ।

    ଏସମ୍ପର୍କରେ ସ୍ତ୍ରୀରୋଗ ବିଶେଷଜ୍ଞ କୁହନ୍ତି, ଅନିୟମିତ ପିରିୟଡ ଭୋଗୁଥିବା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଯଦି କୌଣସି ମହିଳାଙ୍କଠାରେ ଅନିୟମିତ ପରିୟଡ ସମସ୍ୟା ଥାଏ ତେବେ ଅଣ୍ଡନିଷ୍କାସନ, ପ୍ରଜନନ ଶକ୍ତି ତଥା କେଉଁ ସମୟରେ ସମ୍ଭୋଗ କରିବା ଦରକାର ତାହା ଜାଣିବା କଷ୍ଟକର ହୋଇଥାଏ। କାରଣ ଅଣ୍ଡା ନିଷ୍କ୍ରିୟତା ଉପରେ ଗର୍ଭଧାରଣ ନିର୍ଭର କରିଥାଏ ଓ ଓଭାରିରୁ ଅଣ୍ଡା ନିସ୍କ୍ରିୟ ହେବା ସମୟରେ ଯୌନ କ୍ରିୟା ଦ୍ବାରା ସନ୍ତାନ ଧାରଣ  ସମ୍ଭବ ହୋଇଥାଏ।

    କିନ୍ତୁ ଅନିୟମିତତା କାରଣରୁ ମହିଳାଙ୍କ ଋତୁସ୍ରାବ, ସମୟ ପୂର୍ବରୁ ଗର୍ଭଧାରଣ, ହର୍ମୋନ କ୍ଷରଣରେ ବ୍ୟତିକ୍ରମ, ଓଜନ ବଢିବା ବା କମିବା,,  ଚାପ ଓ ଥାଇରଏଡ ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ।

Back to top button