ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ବାଲସେବକରୁ ଦେଶର ପ୍ରଧାନ ସେବକ। ଦୃଢ ଇଚ୍ଛାଶକ୍ତି ସର୍ବୋଚ୍ଚ ଅଧିକାରୀ। ରାଷ୍ଟ୍ର ନିର୍ମାଣର ସାଜିଛନ୍ତି ସର୍ବୋଚ୍ଚ କର୍ତ୍ତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ। ଗୁଜୁରାଟ ମେହସନା ଜିଲ୍ଲାର ବଡନଗର ରେ ୧୯୫୦ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ଦାମୋଦର ଦାସ ମୋଦି ଏବଂ ମାତା ହୀରାବିନ୍ ମୋଦିଙ୍କ ୬ ସନ୍ତାନ ମଧ୍ୟରୁ ନରେନ୍ଦ୍ର ମୋଦିଥିଲେ ୩ୟ ସନ୍ତାନ। ସେତେବେଳେ ତାଙ୍କ ପରିବାର ଦାରିଦ୍ରର କଷାଘାତରେ ପେଶି ହେଉଥିଲା। ବାପା ଦାମୋଦର ଦାସ ମୋଦି ବଡନଗର ରେଲୱେ ଷ୍ଟେସନରେ ଚା ବିକୁଥିଲେ। ଆଉ ବାପାଙ୍କୁ ସାହାର୍ଯ୍ୟ କରିବାକୁ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟେସନରେ ଚା ବିକିଲେ। ପରେ ସେଠାରେ ମଧ୍ୟ ଏକ ଟି ଷ୍ଟଲ ଖୋଲିଥିଲେ । ମାତ୍ର ୮ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ ଯୋଗଦେଇଥିଲେ। ତେବେ ୧୯୭୦ରେ ୨୦ ବର୍ଷ ହେଲା ବେଳକୁ ନରେନ୍ଦ୍ର ମୋଦି ହୋଇଥିଲେ ସଂଘର ପୂର୍ଣ୍ଣକାଳୀନ ପ୍ରଚାରକ। ଏବଂ ABVP ର ପ୍ରତିଷ୍ଠା କଲେ। ପରେ ୨୦୦୧ ଅକ୍ଟୋବର ୭ ରେ ଗୁଜୁରାଟର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ସେବେଠାରୁ ୨୦୧୪ ଯାଏ ୪ ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ୨୦୦୨ରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଆର୍ଥୀକ ବିକାଶକୁ ପ୍ରାଧାନ୍ୟ ଦେଇଥିଲେ। ଆଜି ଜନ୍ମଦିନ ଅବସରରେ ଗ୍ରାଣ୍ଡ ସେଳିବ୍ରେସନ କରିବ ବିଜେପି। ବିବିଧତା ଭିତରେ ଏକତା ଉତ୍ସବ ପାଳନ କରିବ ଦଳ। ଆଜିଠୁ ଗାନ୍ଧି ଜୟନ୍ତୀ ଯାଏ ଚାଲିବ ସେବା ଅଭିଯାନ।