railway

  • ରେଳ ଲାଇନରେ ପଡିଛି ଅଜଣା ମୃତଦେହ

    ଖୋର୍ଦ୍ଧା: ରେଳ ଧାରଣାରେ ଅଜଣା ମୃତଦେହ । ଘଟଣାଟି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ରେଳବାଇ ଡିଭିଜନ ମୁକ୍ତେଶ୍ୱର ଷ୍ଟେସନଠାରେ । ତେବେ ମୃତ୍ୟୁ କପରି ହୋଇଛି ଏନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ପ୍ରଶ୍ନ ।  ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

    ସୋମବାର ଦିନ ମୁକ୍ତେଶ୍ୱର ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଲୋକଙ୍କ ଗହଳି ଚହଳି ମଧ୍ୟ ବଢିଯାଇଥିଲା । ପାରିପାର୍ଶ୍ୱିକ ଘଟଣାକୁ ଦେଖିଲେ ରେଳ ଦୁର୍ଘଟଣା କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି ।

    ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ଟ୍ରେନର ଧକ୍କାରେ ଏପରି ଦୁର୍ଘଟଣା ଘଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ରେଳବାଇ ପୋଲିସ ପକ୍ଷରୁ କୁହାଯାଇଛି । ବିଡମ୍ବନା ବିଷୟ ଏହିକି ଯେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

  • ରେଲୱେ ଷ୍ଟେସନ ବିଜ୍ଞାପନ ସ୍କ୍ରିନରରେ ଅଶ୍ଳୀଳ ଭିଡିଓ

    ପାଟଣା: ରେଳ ଷ୍ଟେସନରେ ହଠାତ ଚାଲିଲା ଅଶ୍ଳୀଳ ଭିଡିଓ ଲୋକ ହେଲେ ଲଜ୍ଜିତ । ଏପରି ନିନ୍ଦାଜନକ ଘଟଣା ଆସିଛି ବିହାରର ପାଟଣା ଷ୍ଟେସନରୁ । ରବିବାର ସକାଳେ ହଠାତ ରେଲୱେ ବିଜ୍ଞାପନ ସ୍କ୍ରିନରେ ଚାଲିଲା ବ୍ଲୁ ଫିଲ୍ମ । ଏହି ଭିଡିଓ ପ୍ରାୟ ତିନି ମିନିଟ ପାଇଁ ଚାଲିଥିବାବେଳେ । ଶହ ଶହ ଲୋକ ଲାଜରେ ମୁଣ୍ଡ ତଳକୁ ପୋତି ନେଲେ । ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

    ରବିବାର ସକାଳ ପ୍ରାୟ 9.30 ସମୟରେ ବିହାର ରାଜଧାନୀ ପାଟଣା ଷ୍ଟେସନରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । 10ନମ୍ବର ପ୍ଲାଟଫର୍ମରେ ଏହି ଭିଡିଓକୁ ଅନେକ ମୋବାଇଲରେ ରେକର୍ଡ କରିବା ସହ କିଛି ଲୋକ ଏହାକୁ ବିରୋଧ କରି ରେଲୱେ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

    ତେବେ ଘଟଣାରେ ବିଳମ୍ବ ହେବାରୁ ଆର ପି ଏଫ କର୍ମଚାରୀ ରେଲୱେ ବିଜ୍ଞାପନ ଦାଇତ୍ୱରେ ଥିବା ଦତ୍ତ କମ୍ୟୁନିକେସନକୁ ଯୋଗାଯୋଗ କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ପରମର୍ଶ ଦେଇଥିଲା । ତେବେ ଏହି ଫୁଟେଜ ବନ୍ଦ ହେବାପରେ ମଧ୍ୟ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଚି । ଏଥିପାଇଁ କେତେକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ରେଳ ମନ୍ତ୍ରାଳୟକୁ ମଧ୍ୟ ଦୋଷ ଦେଇଛନ୍ତି ।

    ରେଳ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦତ୍ତ କମ୍ୟୁନିକେସନ ନାରେ ଏକ ଏଫ ଆଇ ଆର ରୁଜୁକରି ଏହାକୁ ଜରିମାନା ମଧ୍ୟ କରିଛି । ଏବଂ ଏହି ଟେଲିଭିଜନ ବିଜ୍ଞାପନ ରୋକିବାକୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

  • ଦିଲ୍ଲୀ ରେଳୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଦିଲ୍ଲୀ ରେଳୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ୪ ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରେଳୱେ ଡିସିପି ହରେନ୍ଦ୍ର ସିଂହ। ଜୁଲାଇ ୨୧ ବିଳମ୍ୱିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନର ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଷ୍ଟାଫ୍ କ୍ବାର୍ଟର ଭିତରେ ଅଭିଯୁକ୍ତମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଦିଲ୍ଲୀ ରେଳୱେ ଷ୍ଟେସନରେ ଲଜ୍ଜା। ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡିତା ଜଣଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ବେଳେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଜଣେ ଅଭଯୁକ୍ତଙ୍କ ସହ ପରିଚିତ ହୋଇଥିଲା।

    ଏବଂ ସେ ଜଣେ ରେଳ ବିଭାଗରେ କାର୍ଯ୍ୟରତ ଥିବା କହି ମହିଳା ଜଣଙ୍କୁ ରେଳ ବିଭାଗରେ ଚାକିରୀ କରାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଜୁଲାଇ ୨୧ ରାତିରେ ଅଭିଯୁକ୍ତ ଜଣଙ୍କ ଉକ୍ତ ମହିଳାଙ୍କୁ ଫୋନ କରି ଜନ୍ମଦିନ ଭୋଜି ସହ ନୂଆ ଘର କିଣିଥିବାରୁ ଭୋଜିକୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ସେପଟେ ମହିଳା ଜଣଙ୍କ ଦିଲ୍ଲୀର କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନରେ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ପହଞ୍ଚିଥିଲେ। ଅଭିଯୁକ୍ତ ତାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନର ୮,୯ ପ୍ଲାଟଫର୍ମକୁ ଆଣିଥିଲେ। ସେଠାରେ ଥିବା ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଷ୍ଟାଫ୍ କ୍ବାର୍ଟରରେ ବସିବାକୁ କହିଥିଲେ। ଏହାପରେ ୩ ସାଙ୍ଗଙ୍କ ସହ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସ ସେହି ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ପୁଅ ଟିଟିଇ, ବାପା ରେଳୱେ ଗାର୍ଡ…

    ପୁଅ ହେଉଛି ଟିଟିଇ ଏବଂ ପିତା ରେଳୱେ ଗାର୍ଡ। ଉଭୟ ୟୁନିଫର୍ମ ସହ ଡ୍ୟୁଟିରେ ଥିବାବେଳେ ଟ୍ରେନରେ ପରସ୍ପରକୁ ଅତିକ୍ରମ କଲେ । ଏବଂ ସେମାନେ ଏହି ଖୁସିର ମୁହର୍ତ୍ତକୁ ମନେ ରଖିବା ପାଇଁ ଏକ ଏପିକ ସେଲଫି ମଧ୍ୟ ଉଠାଇଥିଲେ। ଏହି ବାପ-ପୁଅ ଯୋଡି ଥିବା ଏକ ସେଲଫି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ପୁଅ ଟିଟିଇ ଥିବାବେଳେ ବାପା ଜଣେ ରେଳଓ୍ୱେ ଗାର୍ଡ ଭାବରେ ଚାକିରି କରନ୍ତି।
    ଆଜିର ଦୁନିଆରେ ଯେଉଁଠି ବାପା ମା ଉଭୟ କାର୍ଯ୍ୟରତ ଥିବା ବେଳେ ପିଲାମାନେ ମଧ୍ୟ ଭଲ ଚାକିରି କରିଥାନ୍ତି। କେଉଁଠି ବାପା ମାଆ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅ ଝିଅ ଆଏଏଏସ ଓଏଏସ ହେଉଛନ୍ତି। ଯାହାକି ବାପା, ମାଙ୍କ ପାଇଁ ଗର୍ବ ଆଉ ଗୌରବ ଆଣି ଦେଇଥାଏ। ଠିକ ସେହିପରି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

    ବାପା ଜଣେ ରେଳଓ୍ୱେ ଗାର୍ଡରେ କାର୍ଯ୍ୟରତ ଥିବାବେଳେ ପୁଅ ବହୁ କଷ୍ଟରେ ପାଠପଢି ଶେଷରେ ରେଲଓ୍ୱେରେ ଟିଟିଇ ହୋଇପାରିଛି। ଏବଂ ଉଭୟ ଟ୍ରେନରେ ଡ୍ୟୁଟିରେ ଥିବାବେଳେ ଦୁହେଁ ଦୁହିଁଙ୍କୁ ଅତିକ୍ରମ କରୁଛନ୍ତି। ଏହି ସମୟକୁ ଉଭୟ ମନେରଖିବା ପାଇଁ ମୋବାଇଲରେ ସେଲଫି ଉଠାଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ଜଣାପଡିଛି।


    ଏନେଇ ଟ୍ୱିଟରରେ ସୁରେଶ କୁମାରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଫଟୋରେ ପୁଅ ଟ୍ରାଭେଲ ଟିକେଟ ପରୀକ୍ଷକ ବା ଟିଟିଇ । ଏବଂ ତାଙ୍କ ବାପା ଜଣେ ରେଳବାଇ ଗାର୍ଡ। ଉଭୟ ଡ୍ୟୁଟିରେ କାର୍ଯ୍ୟରତ ଥିବାବେଳେ ହଠାତ ଅଲଗା ଅଲଗା ଟ୍ରେନରେ ବାପ-ପୁଅ ଅତିକ୍ରମ କରୁଥିଲେ। ଏବଂ ଦୁହେଁ ଦୁହିଁଙ୍କର ଏହି ଭେଟିବାର ସମୟକୁ ସ୍ମୃତି କରି ରଖିବା ପାଇଁ ଏକ ସେଲଫି ଉଠାଇଥିଲେ। ଯାହା ଖୁବ ଭାଇରାଲ ହେବାରେ ଲାଗିଛି।
    କ୍ୟାମେରାରେ କଏଦ ହୋଇଥିବା ଏହି ଫଟୋ ଏତେ ସ୍ୱତନ୍ତ୍ର ଯେ , ଯାହାକୁ ଦେଖିଲେ ଶେଷ ସମୟ ପର୍ଯ୍ୟନ୍ତ ମନେ ରହିବ। ଯେତେବେଳେ ଏହିଭଳି କିଛି ସ୍ମୃତି ସବୁ ମନେ ପଡିବ ସେତେବେଳେ ନିଜ ପିଲାମାନଙ୍କ ସହ ବାପା ମାଆ ଖୁସିର ମୂହୁର୍ତ୍ତକୁ ନେଇ ସମୟ ବିତାଇବେ। ସେତେବେଳେ ଏହି ଫଟୋର ମୂଲ୍ୟ ଦୁଇ ଗୁଣା ବଢିଯିବ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button