ପୁଅ ଟିଟିଇ, ବାପା ରେଳୱେ ଗାର୍ଡ…

Spread the love

ପୁଅ ହେଉଛି ଟିଟିଇ ଏବଂ ପିତା ରେଳୱେ ଗାର୍ଡ। ଉଭୟ ୟୁନିଫର୍ମ ସହ ଡ୍ୟୁଟିରେ ଥିବାବେଳେ ଟ୍ରେନରେ ପରସ୍ପରକୁ ଅତିକ୍ରମ କଲେ । ଏବଂ ସେମାନେ ଏହି ଖୁସିର ମୁହର୍ତ୍ତକୁ ମନେ ରଖିବା ପାଇଁ ଏକ ଏପିକ ସେଲଫି ମଧ୍ୟ ଉଠାଇଥିଲେ। ଏହି ବାପ-ପୁଅ ଯୋଡି ଥିବା ଏକ ସେଲଫି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ପୁଅ ଟିଟିଇ ଥିବାବେଳେ ବାପା ଜଣେ ରେଳଓ୍ୱେ ଗାର୍ଡ ଭାବରେ ଚାକିରି କରନ୍ତି।
ଆଜିର ଦୁନିଆରେ ଯେଉଁଠି ବାପା ମା ଉଭୟ କାର୍ଯ୍ୟରତ ଥିବା ବେଳେ ପିଲାମାନେ ମଧ୍ୟ ଭଲ ଚାକିରି କରିଥାନ୍ତି। କେଉଁଠି ବାପା ମାଆ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅ ଝିଅ ଆଏଏଏସ ଓଏଏସ ହେଉଛନ୍ତି। ଯାହାକି ବାପା, ମାଙ୍କ ପାଇଁ ଗର୍ବ ଆଉ ଗୌରବ ଆଣି ଦେଇଥାଏ। ଠିକ ସେହିପରି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ବାପା ଜଣେ ରେଳଓ୍ୱେ ଗାର୍ଡରେ କାର୍ଯ୍ୟରତ ଥିବାବେଳେ ପୁଅ ବହୁ କଷ୍ଟରେ ପାଠପଢି ଶେଷରେ ରେଲଓ୍ୱେରେ ଟିଟିଇ ହୋଇପାରିଛି। ଏବଂ ଉଭୟ ଟ୍ରେନରେ ଡ୍ୟୁଟିରେ ଥିବାବେଳେ ଦୁହେଁ ଦୁହିଁଙ୍କୁ ଅତିକ୍ରମ କରୁଛନ୍ତି। ଏହି ସମୟକୁ ଉଭୟ ମନେରଖିବା ପାଇଁ ମୋବାଇଲରେ ସେଲଫି ଉଠାଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ଜଣାପଡିଛି।


ଏନେଇ ଟ୍ୱିଟରରେ ସୁରେଶ କୁମାରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଫଟୋରେ ପୁଅ ଟ୍ରାଭେଲ ଟିକେଟ ପରୀକ୍ଷକ ବା ଟିଟିଇ । ଏବଂ ତାଙ୍କ ବାପା ଜଣେ ରେଳବାଇ ଗାର୍ଡ। ଉଭୟ ଡ୍ୟୁଟିରେ କାର୍ଯ୍ୟରତ ଥିବାବେଳେ ହଠାତ ଅଲଗା ଅଲଗା ଟ୍ରେନରେ ବାପ-ପୁଅ ଅତିକ୍ରମ କରୁଥିଲେ। ଏବଂ ଦୁହେଁ ଦୁହିଁଙ୍କର ଏହି ଭେଟିବାର ସମୟକୁ ସ୍ମୃତି କରି ରଖିବା ପାଇଁ ଏକ ସେଲଫି ଉଠାଇଥିଲେ। ଯାହା ଖୁବ ଭାଇରାଲ ହେବାରେ ଲାଗିଛି।
କ୍ୟାମେରାରେ କଏଦ ହୋଇଥିବା ଏହି ଫଟୋ ଏତେ ସ୍ୱତନ୍ତ୍ର ଯେ , ଯାହାକୁ ଦେଖିଲେ ଶେଷ ସମୟ ପର୍ଯ୍ୟନ୍ତ ମନେ ରହିବ। ଯେତେବେଳେ ଏହିଭଳି କିଛି ସ୍ମୃତି ସବୁ ମନେ ପଡିବ ସେତେବେଳେ ନିଜ ପିଲାମାନଙ୍କ ସହ ବାପା ମାଆ ଖୁସିର ମୂହୁର୍ତ୍ତକୁ ନେଇ ସମୟ ବିତାଇବେ। ସେତେବେଳେ ଏହି ଫଟୋର ମୂଲ୍ୟ ଦୁଇ ଗୁଣା ବଢିଯିବ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *