TOLLYWOOD

  • ଦାମି ଅଭିନେତ୍ରୀ ପୂଜା ହେଗଡେ

    ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପୂଜା ହେଗଡେଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ତାଙ୍କର ଆକ୍ଟିଙ୍ଗ ଏବଂ ନିଜର ସୌନ୍ଦର୍ଯ୍ୟ ପାଇଁ ସେ ଲକ୍ଷ ଲକ୍ଷ ଫ୍ୟାନ୍ସମାନଙ୍କର ହୃଦୟରେ ରାଜ କରୁଛନ୍ତି। ପୂଜା ହେଗଡେ ଅନେକ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି। ଏହା ସହ ସେ ଖୁବ୍ ଶୀଘ୍ର ବଲିଉଡ୍ ରେ ତାଙ୍କର ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଖବର ଆସୁଛି ଯେ, ସେ ତାଙ୍କ ଫି’ ବୃଦ୍ଧି କରିଛନ୍ତି।

    ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ପିଲ୍ଣ ‘କଭି ଇଦ୍ କଭି ଦିୱାଲି’ ପାଇଁ ପୂଜା ହେଗଡେଙ୍କୁ ବିପୁଳ ପରିମାଣର ଅର୍ଥ ମିଳିଛି। ଏହି ଚଳଚିତ୍ର ବିଷୟରେ କହିବାକୁ ଗଲେ ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଏହି ଫିଲ୍ମରେ ପୂଜା ଏବଂ ସଲମାନ ଖାନଙ୍କୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

    ଏହା ପୂର୍ବରୁ ଖବର ଆସିଥିଲା ଯେ, ପୁଜା ଫିଲ୍ମ ‘ଜନ ଗନ ମନ’ ପାଇଁ ୫ କୋଟି ଟଙ୍କାରୁ ଅଧିକ ଫିସ୍ ନେଇଥିଲେ।

    ‘ଜନ ଗନ ମନ’ରେ ଯେଉଁଥିରେ ବିଜୟ ଦେବରକୋଣ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହିା ହେଉଛି ପ୍ୟାନ୍ ଇଣ୍ଡିଆ ଫିଲ୍ମ ଯାହା ହିନ୍ଦୀ, ତାମିଲ, ତେଲୁଗ, ମାଲାୟାଲମ, ଏବଂ କନ୍ନଡରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ପୂଜା ହେଗଡେ ଫିଲ୍ମ ‘ବିଷ୍ଟ’ ରେ ଥଲପତି ବିଜୟଙ୍କ ସହିତ ନଜର ଆସିଥିଲେ। ଏହି ଫିଲ୍ମ ପାଇଁ ପୂଜା ହେଗଡେ ୩.୫ କୋଟି ଟଙ୍କା ଚାର୍ଜ କରିଥିଲେ। କେବଳ ସେତିକି ନୁହେଁ, ନିକଟରେ ମନୋରଞ୍ଜନ ଜଗତର ବଡ ନିର୍ଦ୍ଦେଶକମାନେ ତାଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି।

    ପୂଜା ହେଗଡେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଫିସ୍‌ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ନିକଟରେ ପୂଜା ହେଗଡେ କାନ୍ସ ପିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଯୋଗ ଦେଇଥିଲେ। ଯେଉଁଥିରେ ସେ ଅଧିକ ସୁନ୍ଦର ଦେଖାଯାଉଥିଲେ। ପୂଜା ହେଗଡେଙ୍କର ମଧ୍ୟ ଜବରଦସ୍ତ ଫ୍ୟାନ୍ସ ଫଲୋଇଙ୍ଗ ରହିଛନ୍ତି। ତେବେ ଏବେ ଦେଖିବାକୁ ବାକି ରହିଲା ଯେ, ସାଉଥ୍ ସହିତ ପୂଜା ହେଗଡେ ବଲିଡରେ କେତେ ଧମଲା କରୁଛନ୍ତି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ନୋ ଏଣ୍ଟ୍ରି-୨ ରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ…

    ୨୦୦୫ର ହିଟ୍‌ ଫିଲ୍ମ ନୋ ଏଣ୍ଟ୍ରି ସିକ୍ୱେଲ ହେବାକୁ ଯାଉଛି । କମେଡି ଓ ରୋମାନ୍ସ ଭରା ଏହି ଫିଲ୍ମର ସିକ୍ୱେଲ କରିବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଖୁବଶୀଘ୍ର ଏହାର ଷ୍ଟାରକାଷ୍ଟ ମଧ୍ୟ ଘୋଷଣା ହେବ। ମିଳିଥିବା ତଥ୍ୟ ଅନୁସାରେ ଏହି ସିକ୍ୱେଲ ଫିଲ୍ମରେ ପୂର୍ବ ପରି ସଲ୍‌ମାନ ଖାନ୍‌, ଅନିଲ୍‌ କପୁର, ଫରଦିନ ଖାନ୍‌ ରହିବେ ।

    ପ୍ରେମ୍‌ଙ୍କ ହିରୋଇନ୍‌ ସାଜିବେ ସାଉଥ ସୁନ୍ଦରୀ । ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ନୋ ଏଣ୍ଟ୍ରି-୨ରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ । ଟାଇଗର-୩ର ପରେ ଏବେ ନୋ ଏଣ୍ଟ୍ରି-୨ ସୁଟିଂ ଓ ଷ୍ଟାରକାଷ୍ଟ ନେଇ କାମ ଚାଲିଛି ।

    Tamannaah Bhatia

    ତେବେ ଏହି ଫ୍ଲିଲ୍ମକୁ ନେଇ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ସଲମାନ୍‌ଙ୍କ ବିପକ୍ଷରେ ଜଣେ ସାଉଥ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ତେବେ କିଏ ସାଜିବ ସଲ୍ଲୁଙ୍କ ହିରୋଇନ୍‌ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

    Pooja Hegde

    ବଲିଉଡ୍‌ ତଥ୍ୟ ଅନୁସାରେ, ନୋ ଏଣ୍ଟ୍ରି-୨ ପାଇଁ ଚାରି ଜଣ ସାଉଥ ସୁନ୍ଦରୀଙ୍କ ନାମ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରଶ୍ମିକା ମନ୍ଦାନା, ସାମାନ୍ଥା ରୁଥୁ ପ୍ରଭୁ, ପୁଜା ହେଗ୍‌ଡେ, ତମନ୍ନା ଭାଟିଆ ରହିଛନ୍ତି । ତେବେ କାହାକୁ ଫାଇନାଲ୍‌ କରାଯିବ । ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

    Rashmika mandana
  • ବିବାହ କଲେ ସାଉଥ୍ ସୁପରଷ୍ଟାର ଅଭିନେତ୍ରୀ ନୟନ୍ତାରା… ଦେଖନ୍ତୁ କିଏ ହୋଇଛନ୍ତି ଶାମିଲ

    ନିର୍ମାତା ଭିଗ୍ନେଶ ଶିବନଙ୍କ ସହ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି। ନୟନ୍ତାରାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି | ନୟନ୍ତାରା ଏବଂ ଶିବନ ବିବାହ କୁ ନେଇ ଫେନ ମାନେ ବହୁଦିନରୁ ଅପେକ୍ଷା କରିଥିଲେ |ନୟନ୍ତାରା ଏବଂ ଶିବନ ଗତ ସାତ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ | 7 ବର୍ଷ ଡେଟିଂ କରିବା ପରେ ନୟନ୍ତାରା ଏବଂ ଶିବନ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ |


    ବିବାହରେ ନୟନ୍ତାରା ଏକ ଲାଲ୍ ଶାଢ଼ୀ ପିନ୍ଧିଥିଲେ, ଯେଉଁଥିରେ ସେ ତାଙ୍କ ବେକରେ ପ୍ରତ୍ୟେକ ରଙ୍ଗର ମୂଲ୍ୟବାନ ହାର ପିନ୍ଧିଥିଲେ | ନୟନ୍ତାରା ଲାଲ୍ ସାରୀରେ ବହୁତ ସୁନ୍ଦର ଦେଖାଯାଉଥିଲେ |


    ନୟନ୍ତାରା ଏବଂ ଶିବନ ବିବାହ କୁ ନେଇ ଫେନ ମାନେ ବହୁଦିନରୁ ଅପେକ୍ଷା କରିଥିଲେ |ନୟନ୍ତାରା ଏବଂ ଶିବନ ଗତ ସାତ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ | 7 ବର୍ଷ ଡେଟିଂ କରିବା ପରେ ନୟନ୍ତାରା ଏବଂ ଶିବନ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ |

Back to top button