ଗୃହରେ ଉଠିଲା ଅଙ୍ଗନୱାଡି ପ୍ରସଙ୍ଗ

Spread the love

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ।  ସ୍ବାଭବିକ ଭାବରେ ସରିଲା ପ୍ରଶ୍ନକାଳ। ଶୁନ୍ୟ କାଳରେ ଚାଷୀ ପ୍ରସଙ୍ଗ ଉଠାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଉଭୟ ବିଜେପି ଓ ବିଜେଡି କୁ ଟାର୍ଗେଟ କରିଛନ୍ତି ନରସିଂହ। ଗୃହ ର ନେତା ଗୃହ ଆସନ୍ତି ନାହିଁ। ବିଧାନସଭାର ସମସ୍ତ ଦଳ କୁ ନେଇ ଆଲୋଚନା ହୋଇ ଆଇନ ଆସୁ। ନଚେତ୍ ଖାଲି ପଦ୍ମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବେନି ବୋଲି ସେ କହିଛନ୍ତି। ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ। ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି କିନ୍ତୁ ଗତକାଲି ସେ ମୁଲତବୀ ଆଲୋଚନାରେ ତାହା ଦେଖଗଲାନି। ସେପଟେ ଶାସକ ଦଳ ଗତକାଲି ବିରୋଧୀ ଦଳ ଭୂମିକା ସମ୍ପାଦନ କଲେ। MSP ବୃଦ୍ଧି ପାଇଁ କେନ୍ଦ୍ର କୁ କୁହାଯାଇଥିଲା। କେନ୍ଦ୍ର ସହ ତ ଶାସକ ଦଳର ଭଲ ସମ୍ପର୍କ , ଗୋଟେ ଫୋନ୍ କଲ ରେ ରାଜ୍ୟ ସଭା ଟିକେଟ ମିଳୁଛି। ତେବେ Msp ନେଇ କାହିଁକି ଫୋନ୍ କରାଗଲାନି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ପ୍ରଶ୍ନକାଳ ରେ ପର୍ଯ୍ୟଟନ ବିଭାଗର ଉତ୍ତର ରଖିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର। ୨୦୧୬ ଓ ୨୦୧୮ ମସିହାରେ ମେକ ଇନ ଓଡିଶାର ସଫଳତା ପାଇଁ ପୁଣି ୨୦୨୨ରେ ହେଉଛି। ୨୦୧୬ ମେକ ଇନ୍ ଓଡିଶାରେ ସିଙ୍ଗଲ ୱିଣ୍ଡୋ କ୍ଲାୟରାନ୍ସ  ଜରିଆରେ ୧୨୨ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁମୋଦନ ପାଇଥିଲା । ଏଥିରେ ୫ ଷ୍ଟାର ହୋଟେଲ , ମୋଟେଲ , ରିସର୍ଟ , ୱାଟର ପାର୍କ , ହାଉସ୍ ବୋର୍ଟ ପରି  ସୁବିଧା କରାଯିବ ।  ସେହିପରି ବିଧାନସଭାରେ ଦେଉମାଳି ପ୍ରସଙ୍ଗ ମଧ୍ୟ ଉଠିଛି।

Leave a Reply

Your email address will not be published. Required fields are marked *