ଅଫଲାଇନରେ ମାଟ୍ରିକ ପରୀକ୍ଷା

Spread the love

ଆରମ୍ଭ ହୋଇଛି ଅଫ୍ ଲାଇନରେ ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଜଣକ ପରେ ଜଣେ ହଲକୁ ପ୍ରବେଶ କରିଥିଲେ। ତେବେ ତା ପୂର୍ବରୁ ଛାତ୍ରଛାତ୍ରୀଙ୍କ ହାତକୁ ସାନିଟାଇଜ୍ କରାଯିବା ସହ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଥିଲା। ଆଡ଼ମିଟ କାର୍ଡରେ ରୋଲ୍ ନମ୍ବର ଯାଞ୍ଚ କରି ଭିତରକୁ ଛଡ଼ାଯାଇଥିଲା। ଆଜି ଇଂରାଜୀ ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଠିକ୍ ୧୦ଟାରୁ  ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଉଭୟ ଅବଜେଟିଭ ଏବଂ ସବଜେଟିଭରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ତେବେ ପ୍ରଥମ ଦିନର ପରୀକ୍ଷା ବେଶ୍ ଭଲ ହୋଇଥିବାରୁ ଖୁସି ଜାହିର କରିଛନ୍ତି ପରୀକ୍ଷାର୍ଥୀ।  ଛାତ୍ରଛାତ୍ରୀମାନେ ଏଥର ପରୀକ୍ଷାର ଫଳାଫଳ ବେଶ ଭଲ ହେବ ବୋଲି ଆଶା ରଖିଛନ୍ତି।

ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା। ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ କରାଯାଇଛି। ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। କନ୍ଧମାଳରେ 7ଟି, କୋରାପୁଟରେ 5, ମାଲକାନାଗିରିରେ 10ଟି କେନ୍ଦ୍ର କରାଯାଇଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି କୁହାଯାଇଛି। ସେହିଭଳି ମଧ୍ୟମାରେ 2914ଜଣ ପରୀକ୍ଷାର୍ଥୀଙ୍କ ପାଇଁ 108ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଛି। ଏବଂ SOSରେ 7181 ପରୀକ୍ଷାର୍ଥୀ 146ଟି ସେଣ୍ଟରେ ପରୀକ୍ଷା ଦେଉଛନ୍ତି। କପି ରୋକିବା ପାଇଁ 36ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ସହିତ 74ଟି DEO ସ୍ତରୀୟ ସ୍କ୍ୱାର୍ଡ କମିଟି ଗଠନ କରାଯାଇଛି। ପ୍ରଶ୍ନ ପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହୁଥିବା ବେଳେ ପରୀକ୍ଷା ଆରମ୍ଭ ସମୟରେ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ।

ପ୍ରଥମ ଦିନର ପରୀକ୍ଷା ବେଶ ସୁରୁଖୁରୁରେ ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ କର୍ତୃପକ୍ଷ । ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବୋର୍ଡ଼ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପରୀକ୍ଷାକୁ ସୁଚାରୁ ରୁପେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।

Leave a Reply

Your email address will not be published. Required fields are marked *