ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି

Spread the love

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରୀ କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ତୋମାର। ଓଡ଼ିଶାର ଅନେକ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମାରାଶି ଦେବା ନେଇ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲା। ଏହି ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନେ ଫସଲ ବୀମାରାଶି ପାଇନଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ଗତ 15 ନଭେମ୍ବରରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଇନପୁଟ୍ ସହାୟତା ଘୋଷଣା କରାଯିବା ଉପରେ କୃଷି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚାଷୀ ମାନଙ୍କୁ ବୀମାରାଶି ଦେବାରେ ଓଡ଼ିଶା ସରକାର ତତ୍ପରତା ଦେଖାଇ ନାହାନ୍ତି। ସଠିକ୍ ନିୟମ ଓ ପ୍ରକ୍ରିୟାକୁ ଅନୁସରଣ କରିନାହାନ୍ତି। ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି।

Leave a Reply

Your email address will not be published. Required fields are marked *