ଆଜି ମଣ୍ଡପରେ ଷଷ୍ଠୀ

Spread the love

ଭୁବନେଶ୍ୱର: ଚାଲିଛି ଶାରଦୀୟ ପାର୍ବଣ ପୂଜା। ଏନେଇ ଉତ୍ସବ ମୁଖର ଗାଁ ଠୁ ସହର। ମୂଳାଷ୍ଟମୀ ଠାରୁ ଚାଲିଛି ମାଙ୍କ ଷୋଡସ ଉପଚାର ପୂଜା। ଏହାସହ ଚାଲିଛି ନବରାତ୍ରୀ ପୂଜା। ନବରାତ୍ରୀ ଷଷ୍ଠ ଦିନରେ ମାଆଙ୍କ କରାଯାଉଛି ପୂଜା ଅର୍ଚ୍ଚନା। ଦୀର୍ଘ ୨ ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ମାଙ୍କ ପୂଜା ବେଶ ଆଡମ୍ୱରରେ ପାଳିତ ହେଉଛି । କେତେକ ପୂଜା ମଣ୍ଡପରେ ମାଙ୍କ ପୂଜାଅର୍ଚ୍ଚନା ଆରମ୍ଭ ହୋଇସାରିଛି।  ଆଉ କେତକ ପୂଜା ମଣ୍ଡପରେ ମାଙ୍କ ପୂଜା ସପ୍ତମି ଠାରୁ ଆରମ୍ଭ ହେବ। ସମସ୍ତ ଶକ୍ତିପୀଠରେ ମାଙ୍କର ଷୋଡସ ଉପଚାର ପୂଜା ହେଉଛି। ସେପଟେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡବାସୀନି ମା’ଶାରଳାଙ୍କ ପୀଠରେ ସ୍ୱତନ୍ତ୍ର ନିତିକାନ୍ତିରେ ପୂଜାର୍ଚ୍ଚନା କରାଯାଉଛି। ଆଜି ପୀଠରେ ସପ୍ତମୀ ପୂଜା କରାଯାଉଛି। ମା’ଶାରଳାଙ୍କ ଦୈନଦିନ ପୂଜାର୍ଚ୍ଚନା ସହ ଷୋଡଶ ଉପଚାର ପୂଜା କରାଯାଇ ସଂଧ୍ୟାରେ ମା’ଶାରଳା ମହିଷାମର୍ଦ୍ଦିନି ବେଶରେ ଭକ୍ତଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

ଅନ୍ୟପଟେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ନୀତି କାନ୍ତି ଅନୁସାରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ଦେବୀଙ୍କ ଆରାଧନା। ଶ୍ରୀ ମନ୍ଦିର ନିକଟରେ ଥିବା ମା କାକୁଡି ଖାଇ ହେଉଛନ୍ତି ମା ବିମଳାଙ୍କ ପ୍ରତିନିଧି। ତେବେ ଷୋଳ ପୂଜା ସମୟରେ ମହିଳାମାନେ ଶ୍ରୀମନ୍ଦିର ମା ବିମଳାଙ୍କ ଦର୍ଶନ କରିପାରୁନାଥିବାରୁ ଆଜି କାକୁଡି ଖାଇଙ୍କ ନିକଟରେ ମହାସପ୍ତମୀ ପୂଜା କରି ଦର୍ଶନ କରିବେ। ଆଜି ଶ୍ରୀକ୍ଷେତ୍ରର ବିଭିନ୍ନ ପୂଜା ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଦେବୀପୀଠ ମାନଙ୍କରେ ପାଳିତ ହେଉଛି ମହା ସପ୍ତମୀ।

Leave a Reply

Your email address will not be published. Required fields are marked *