ଛୁଆ ହାତୀ ମୃତ୍ୟୁ ଘଟଣା

Spread the love

ଛୁଆ ହାତୀ ମୃତ୍ୟୁ ଘଟଣା। ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନବିଭାଗ 5 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ରହିଛି। ଗତ ୧୩ ତାରିଖ ବୁଗୁଡ଼ା ବନାଞ୍ଚଳ ପ୍ରତାଧନଞ୍ଜୟପୁର ସାସନ ଗାଁ ଗହିର ବିଲମାଳରେ ଏକ ଧାନକ୍ଷେତରୁ ଛୁଆ ହାତୀର ମୃତଦେହକୁ ଠାବ କରିଥିଲେ ସ୍ଥାନୀୟ ଲୋକେ। ପରେ ବୁଗୁଡା ବନବିଭାଗ ପହଞ୍ଚି ମୃତଦେହକୁ ଜବତ କରି ଛୁଆ ହାତୀର ବ୍ୟବଚ୍ଛେଦ କରିଥିଲା। ବାରହା ଶିକାର ପାଇଁ ଦୁର୍ବୃତ୍ତମାନେ ବିଦ୍ୟୁତ ତାର ବିଛାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛୁଆହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ବିଦ୍ୟୁତ୍ ବିଭାଗକୁ କୈଫତ୍ ତଲବ କରାଯାଇଥିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *