ଅଡୁଆରେ ସତ୍ୟେନ୍ଦ୍ର ଜୈନ

Spread the love

ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଅୟସ ଆରାମର ଗୋଟିଏ ପରେ ଗୋଟିଏ ଭିଡ଼ିଓ ପଦାକୁ ଆସିବାରେ ଲାଗିଛି। ଆଗ ମାଲିସ ଭିଡ଼ିଓ ଆସିଥିଲା। ଆଉ ଏବେ ମିଲ୍ସ ଖାଉଥିବାର ଭିଡ଼ିଓ ପଦାକୁ ଆସିଛି। ଜେଲ୍ ଭିତରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ୮କେଜି ଓଜନ ବଢ଼ିଥିବାର କଥା କହିଥିଲା ବେଳେ ତାଙ୍କ ଓକିଲ କିନ୍ତୁ ଏହାର ବିପରୀତ କଥା କହିଥିଲେ। କୁଆଡ଼େ ଜେଲରେ ରହି ଜୈନଙ୍କର ୨୮ କେଜି ଓଜନ ହ୍ରାସ ପାଇଛି। ଆଉ ଏତିକିବେଳେ ଏହି ଭିଡ଼ିଓ ପୁଣି ନୂଆ ବିବାଦକୁ ଛିଡ଼ା କରିଛି।

Leave a Reply

Your email address will not be published. Required fields are marked *