ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଚାଲିଲା ବୁଲଡୋଜର

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ନୋଏଡାରେ ପୁଣି ଉଚ୍ଛେଦ ହେଲା ବେଆଇନ ନିର୍ମିତ ଘର। ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ବେଆଇନ ଭାବେ ନିର୍ମିତ ହୋଇଥିବା ଘରଗୁଡିକୁ ଉଚ୍ଛେଦ କରାଯାଇଛି। ଏହି ସୋସାଇଟିରେ ଥିବା ବିଜେପି ନେତା ଶ୍ରୀକାନ୍ତ ତାଗିଙ୍କ ଘର ସମେତ ଆଉ 16ଟି ବେଆଇନ ଘର ଗୁଡିକୁ ଭଙ୍ଗା ଯାଇଛି। ତେବେ ଘଟଣା ସ୍ଥଳରେ ପ୍ରଶାସନ କର୍ତ୍ତୁପକ୍ଷ ରହି ଏହି ଉଚ୍ଛେଦ କାର୍ଯ୍ୟ କରିଥିଲେ। କିନ୍ତୁ ସେଠାରେ ଲୋକମାନେ ଏହାର କଡା ବିରୋଧ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ସୋସାଇଟିରେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯିବା ସହ କର୍ତ୍ତୁପକ୍ଷଙ୍କ ଉପସ୍ଥିତିରେ ବୁଲଡୋଜରେ ଘର ଗୁଡିକୁ ଉଚ୍ଛେଦ କରାଯାଇଥିଲା। ଅନ୍ୟପଟେ ପ୍ରଶାସନ ପକ୍ଷରୁ ସୋସାଇଟିର ଲୋକଙ୍କୁ ବେଆଇନ ଭାବେ ନିର୍ମିତ ହୋଇଥିବା ଘରଗୁଡିକୁ ଛାଡିବା ପାଇଁ ୪୮ ଘଣ୍ଟାର ନୋଟିସ ଜାରି କରିଥିଲେ। ଯାହାର ସମୟ ବ୍ୟବଧାନ ଶୁକ୍ରବାର ସକାଳେ ଶେଷ ହୋଇଥିଲା। ଏହାପରେ କର୍ତ୍ତୁପକ୍ଷଙ୍କ ଟିମ୍ ଏକ ବୁଲଡୋଜର ସହିତ ବେଆଇନ ନିର୍ମାଣ ଘର ଗୁଡିକୁ ଭାଙ୍ଗିବା ପାଇଁ ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *