ଅବିଭାଗିକୃତ
ଦିଲ୍ଲୀ ବାୟୁରେ ବିଷ

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣରେ ବ୍ରେକ୍ ଲାଗୁନି। ଦିଲ୍ଲୀରେ ୧୦ ଗୁଣା ବଢିଲା ବାୟୁ ପ୍ରଦୂଷଣ। ଦିନରେ ଦ୍ୱିପହରେ ମଧ୍ୟ ରାସ୍ତା ସଫା ଦେଖା ଯାଉନାହିଁ। ଦୀପାବଳୀରେ କଟକଣା ସତ୍ୱେ ବାଣ ଫୁଟାଇବାରୁ ବଢିଲା ବାୟୁ ପ୍ରଦୂଷଣ। ଫଳରେ ଦିଲ୍ଲୀ ଏନସିଆର ବାୟୁ ପ୍ରଦୁଷଣ ଏକ ବଡ ଚିନ୍ତାର ବିଷୟ ପାଲଟିଛି। ତେବେ ଗତ ସପ୍ତାହରେ ସୁପ୍ରିମକୋର୍ଟ ଏକ ପିଟିସନରେ ବାଣ ଫୁଟାଇବାକୁ ମନା କରିଥିଲେ। ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସର ବୃଦ୍ଧି ବିରୋଧରେ ପଦକ୍ଷେପ ଗ୍ରହଣ କଲେ ମ୍ୟୁନିସିପାଲିଟି କର୍ପୋରେସନ ଅଫ୍ ଦିଲ୍ଲୀ। ଏନେଇ ଆନନ୍ଦ ବିହାର ଫୁଟ ଓଭର ବ୍ରିଜ୍ ପରିସରରେ ଜଳ ସିଞ୍ଜନ କରାଯାଇଛି।