ଦୁଇ ବିଡ଼ିଓଙ୍କ ବଦଳି ପ୍ରସଙ୍ଗ

Spread the love

ଭୁବନେଶ୍ୱର: ଧାମନଗର ନିର୍ବାଚନ ମଣ୍ଡଳୀରେ ଦୁଇ ବିଡ଼ିଓଙ୍କୁ ବଦଳି କରାଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଯେତେବେଳେ ବି ଓଡିଶାରେ ନିର୍ବାଚନ ଆସେ ସରକାରୀ କଳକୁ କେମିତି ଅପବ୍ୟବହାର ହେବ ସେଥିରେ ବିଜେଡ଼ି ଲାଗିପଡେ ବୋଲି ପ୍ରେସମିଟ ଜରିଆରେ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ କୌଣସି ସରକାରୀ ଅଫିସରଙ୍କ ବଦଳି ହୋଇପାରିବ ନାହିଁ। କିନ୍ତୁ ଓଡିଶା ସରକାର 7 ତାରିଖ ଦିନ ଧାମନଗର ନିର୍ବାଚନ ମଣ୍ଡଳୀର 2 ଜଣ ବିଡିଓଙ୍କୁ ବଦଳି କରିଛନ୍ତି। କୋରାପଟ ଏବଂ କଳାହାଣ୍ଡି ଜିଲ୍ଲାରେ ଥିବା ଦୁଇ ଜଣ ବିଡ଼ିଓଙ୍କୁ ଅବସ୍ଥାପିତ କରାଯାଇଛି। ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରିଛନ୍ତି ରାଜ୍ୟ ସରକାର। କାହା ସ୍ୱାର୍ଥରେ ବିଡ଼ିଓ 2 ଜଣଙ୍କୁ ବଦଳି କଲେ ବିଜେପି ପ୍ରଶ୍ନ କରିଛି।

Leave a Reply

Your email address will not be published. Required fields are marked *