ଆଜି ମାଆଙ୍କ ମଣ୍ଡପରେ ସପ୍ତମୀ ପୂଜା

Spread the love

ଭୁବନେଶ୍ୱର: ଧାରା ପୃଷ୍ଠ ରେ ଅବତରଣ କରିଛନ୍ତି ମାଆ ଦୁର୍ଗା। ବିଭିନ୍ନ ସ୍ଥାନରେ ମାଆଙ୍କ  ପୂଜା ଆରମ୍ଭ ହୋଇଯାଇଛି। କେଉଁଠି ନବରାତ୍ର ପୂଜା ତ ଆଉ କେଉଁଠି ଷଷ୍ଠୀ ଠାରୁ ଦୁର୍ଗା ପୂଜା ଅର୍ଚ୍ଚନା ଚାଲିଛି। କେଉଁଠି ପରମ୍ପରାରେ ଦଣ୍ଡିଆ ନୃତ୍ୟ ହେଉଛି ତ ଆଉ କେଉଁଠି ମନ୍ତ୍ର  ଧୋନିରେ ପ୍ରକମ୍ପିତ ପୂଜା ମଣ୍ଡପ।

ଆଜି ମାଆଙ୍କ ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବା ବେଳେ ପ୍ରତ୍ୟେକ ଶକ୍ତି ପୀଠ ମାନଙ୍କରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ମାଙ୍କ ପୂଜାକୁ ନେଇ ଉତ୍ସବ ମୂଖର ଗାଁ ଠାରୁ ସହର। ତେବେ ସମସ୍ତ ଶକ୍ତିପୀଠ ଗୁଡିକରେ  ମାଙ୍କ ଦର୍ଶନ ପାଇବା ପାଇବା ପାଇଁ କୋଣ ଅନୁକୋଣରୁ ଆସିଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ପୂଜାମଣ୍ଡପରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି ପୂଜା କମିଟି। ପୂଜାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *