ଆଜିଠୁ ଉପକୂଳରେ ବଢ଼ିବ ବର୍ଷା

Spread the love

ଭୁବନେଶ୍ୱର: ପୁଣି ବଢ଼ିବ ବର୍ଷାର ପରିମାଣ। ଆଜିଠୁ ଉପକୂଳରେ ବଢ଼ିବ ବର୍ଷାର ପ୍ରଭାବ। ଏହା ସହ ବର୍ଷାର ବିସ୍ତୁତି ମଧ୍ୟ ବଢ଼ିବ। ତେବେ ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଜାରିହୋଇଛି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଚେତାବନୀ। ସମ୍ପୂର୍ଣ୍ଣ ଉପକୂଳ ଓଡିଶା ଓ ସଂଲଗ୍ନ ଅଞ୍ଚୠରେ ରେ ରହିବ ବିଜୁଳି ଘଡଘଡି ସହ ବର୍ଷା ହେବ। ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୧୭ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ  ପୁଣି ୧୭ ତାରିଖରୁ ବର୍ଷାର ପରିମାଣ ବଢିବ। ରାଜ୍ୟରେ ଆଜି ବର୍ଷା ପରେ ୧୦ରୁ ସ୍ବଳ୍ପ ପରିମାଣରେ ମୌସୁମୀ ଜନିତ ବର୍ଷା ହେବ। ଘୂର୍ଣ୍ଣିବଳୟ ପ୍ରଭାବରେ୧୨ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା ହେବ। ଅପରପକ୍ଷେ ଆଭ୍ୟନ୍ତର ଦକ୍ଷିଣ ଓଡିଶାରେ ଆସନ୍ତାକାଲି ବର୍ଷାର ସମ୍ଭାବନା ନାହିଁ। ସେହିଭଳି ଆଭ୍ୟନ୍ତରୀଣ ଉତ୍ତରରେ ୧୧ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *