ଥରିଲା ୩ ଜିଲ୍ଲା

Spread the love

ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩ଜିଲ୍ଲା। ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶବ୍ଦ ଶୁଣାଯାଇଛି। ବିଭିନ୍ନ ସ୍ଥାନରେ ଜୋର ଶବ୍ଦ ହେବାରୁ ଲୋକ ଭୟଭୀତ ହୋଇପଡିଥିଲେ। ବଡ ବୋମା ଫୁଟିଲା ଭଳି ଶବ୍ଦ ହୋଇଥିବା କଥା ଲୋକମାନେ ସୂଚନା ଦେଇଥିଲେ। ଶଦ୍ଦ ଶୁଣିବା ମାତ୍ରକେ ଘରଥିବା ଲୋକମାନେ ବାହାରକୁ ଧାଇଁ ପଳାଇ ଆସିଥିଲେ। ବାହାରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଥିଲେ। ତେବେ ଏହି ଶଦ୍ଦ କେଉଁଠାରୁ ଏବଂ କାହିଁକି ଶୁଭାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ।

Leave a Reply

Your email address will not be published. Required fields are marked *