ହାତୀପଲଙ୍କ ଉପଦ୍ରବ

ଗଞ୍ଜାମ: ବୁଗୁଡ଼ା ବନାଞ୍ଚଳରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ। ହାତୀପଲ ଜଙ୍ଗଲରୁ ବାହାରି ପାଖରେ ଥିବା ଗାଁ ରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବ୍ୟାପକ ଫସଲ କ୍ଷୟକ୍ଷତିକୁ ନେଇ ଚିନ୍ତାରେ ଚାଷୀ। ବୁଗୁଡା ବନାଞ୍ଚଳ ଅଧିନସ୍ଥ ପଞ୍ଚଭୂତି ସେକ୍ସନର ସମଲେଇ ବିଟରେ ୩ ଦିନ ତଳେ ପାଞ୍ଚଟି ହାତୀ ଥିବା ବେଳେ ଗତକାଲି ଓଡ଼ଗାଁ ବନାଞ୍ଚଳରୁ ଦୁଇଟି ହାତୀ ଆସି ଏହି ପାଞ୍ଚ ଟିକିଆ ହାତୀପଲରେ ମିଶି ଥିବା ବୁଗୁଡା ବନ ବିଭାଗ ସୂଚନା ଦେଇଛି। ସେପଟେ ଲୋକଙ୍କୁ ସଚେତନ କରାଯିବା ସହ ବନ ବିଭାଗ ହାତୀପଲଙ୍କ ଗତି ବିଧି ଉପରେ ନଜର ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *