କାଲି ପୁଣି ହାଜର ହେବେ ଦୀପିକା

Spread the love

ଭୁବନେଶ୍ୱର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ବ୍ରହ୍ମପୁରର ଆନ୍ଦୋଳନରତ ମହିଳା କେ ଦୀପିକା। ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସ୍ୱାମୀଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଦୀପିକା। ପୂର୍ବରୁ ମହିଳା କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ଦୀପିକା। କିନ୍ତୁ ସ୍ୱାମୀ ଦିନେଶ ଆସିନଥିଲେ। ଏବେ ପୁଣି ଥରେ ଦୀପିକା ମହିଳା କମିଶନ ଙ୍କ ନିକଟରେ ହାଜର ହୋଇଛନ୍ତି। ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ଆଜି ନୁହେଁ, ଆସନ୍ତାକାଲି  ହାଜର ହେବାକୁ ଉଭୟ ପକ୍ଷକୁ କୁହାଯାଉଛି। ଏସପି ଙ୍କ ଜରିଆରେ ଦୀପିକାଙ୍କ ସ୍ୱାମୀଙ୍କୁ ମଧ୍ୟ ହାଜର ପାଇଁ କୁହାଯାଇଛି। ଦୀପିକା ଏବଂ ତାଙ୍କ ସ୍ୱାମୀ ଆସନ୍ତାକାଲି ହାଜର ହେବେ।

Leave a Reply

Your email address will not be published. Required fields are marked *