ପୁଣି ଇଡିରେ ରଞ୍ଜିତ

Spread the love

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା। ଇଡିରେ ହାଜର ହୋଇଛନ୍ତି ରଞ୍ଜିତ। ଆଜି ପୁଣି ED ରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା। ଗତକାଲି 12 ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ED ଜେରା କରିଥିଲା। ଅର୍ଚ୍ଚନାଙ୍କ ଘର ଡିଜାଇନ କରିଥଲେ ରଂଜିତ। ସେପଟେ କୋର୍ଟରେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି କୋର୍ଟରେ ହାଜର ନେଇ ଶୁଣାଣି ହେବ। ହାଜର ପରେ ରିମାଣ୍ଡ ଆବେଦନ କରିପାରେ ଇଡି। ସେହିପରି କମିଶନରେଟ ପୋଲିସ ମାମଲା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡିକୁ ହସ୍ତାନ୍ତର ପିଟିସନ ଉପରେ ଆଜି କୋର୍ଟରେ ଶୁଣାଣି କରାଯିବ। କୋର୍ଟ ଜାରିଆରେ ମାମଲା ସମ୍ୱନ୍ଧୀୟ ରିପୋର୍ଟ ମାଗିଛି ଇଡି। ସେପଟେ ଆଜି ଦ୍ଵିତୀୟ ଦିନରେ ହେବ ଅର୍ଚନାର ଜେରା। ବେଆଇନ ଆର୍ଥିକ କାରବାର ଓ଼ ହନିଟ୍ରାପ ଜରିଆରେ ବ୍ଲାକମେଲ କରି ଟଙ୍କା ଉପାର୍ଜନକୁ ନେଇ ପଚରା ଉଚୁରା କରିବ ଇଡି।

Leave a Reply

Your email address will not be published. Required fields are marked *