ରାତି ସାରା ଧାରଣା

Spread the love

ଭୁବନେଶ୍ୱର: ଅର୍ଚ୍ଚନା ହନିଟ୍ରାପରେ ନେତାଙ୍କ ସମ୍ପୃକ୍ତି ନେଇ ତେଜିଛି ରାଜନୀତି। ଭୁବନେଶ୍ବରରେ ପୋଲିସ କମିଶନରଙ୍କ ଅଫିସ ସାମ୍ନାରେ ବିଜେପିର ଧାରଣା ଚାଲିଛି। ମନ୍ତ୍ରୀ ଓ ବିଧାୟକଙ୍କୁ ଘଣ୍ଟ ଘୋଡାଇବା ଓ ତଦନ୍ତ ପ୍ରତିବାଦରେ ଗତକାଲିଠୁ ଧାରଣାରେ ବିଜେପିର ବହୁ ନେତା ଓ କର୍ମୀ ଧାରଣାରେ ବସିଛନ୍ତି। ସେପଟେ ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ସହ ପତ୍ନୀ ଜଗବନ୍ଧୁ ଚାନ୍ଦଙ୍କର ଦେଖା ସାକ୍ଷାତ ହେବ।   ପ୍ରତି ରବିବାର 15 ମିନିଟର ଦେଖା ସାକ୍ଷାତ କରିବାର ବ୍ୟବସ୍ଥା ରହିଛି। ତେବେ ଜେଲ ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତି ଏହି ଦେଖା ସାକ୍ଷାତ ହେବ। ବର୍ତ୍ତମାନ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ଅଛନ୍ତି।

Leave a Reply

Your email address will not be published. Required fields are marked *