ଆଜି ୧୨ ଘଣ୍ଟିଆ କେରଳ ବନ୍ଦ

Spread the love

ଥିରୁଭଅନନ୍ଥପୁରମ: ଆଜି ୧୨ ଘଣ୍ଟିଆ କେରଳ ବନ୍ଦ। ଏନଆଇଏ ଓ ଇଡି ଚଢାଉ ପ୍ରତିବାଦରେ ପିଏଫଆଇ ପକ୍ଷରୁ ହରତାଳ ହୋଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ଡାକରା ଦେଇଛି ପିଏଫଆଇ। ବିଭିନ୍ନ ଜିଲ୍ଲାରେ ବସକୁ ପଥର ଫିଙ୍ଗି ଯାଇଥିବା ସୂଚନା ମିଳିଛି। କୋଲାମରେ ପୋଲିସ ଆହତ ହୋଇଥିବା ବେଳେ ଆଜି ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗତକାଲି କେରଳର ବିଭିନ୍ନ ସ୍ଥାନରେ ପିଏଫଆଇ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପିଏଫଆଇର କାର୍ଯ୍ୟାଳୟ, ଘର ଉପରେ ଏନଆଇଏ ଏବଂ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ସମଗ୍ର କେରଳରେ ପିଏଫଆଇ କର୍ମକର୍ତ୍ତା ବିକ୍ଷୋଭ କରିଥିଲେ। ଏନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *