ମଣ୍ଡପରେ ମହାନବମୀ

ଭୁବନେଶ୍ୱର: ଚାଲିଛି ପାର୍ବଣ ଋତୁ। ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଗାଁରୁ ସହର। ଆଜି ଶକ୍ତିପୀଠରେ ଦଶମୀ ପୂଜା ଥିବାବେଳେ ମଣ୍ଡପରେ ମାଆଙ୍କ ମହାନବମୀ। ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ହଟିବା ପରେ ପୂଜା ହେଉଥିବାରୁ ମଣ୍ଡପ ମାନଙ୍କରେ ଲୋକଙ୍କ ଲାଗୁଛି ଭିଡ଼। ଚଣ୍ଡିପାଠ ମନ୍ତ୍ର ଧ୍ୱନୀରେ କମ୍ପୁଛି ଶକ୍ତି ପୀଠ। ଜଗତ ଜନନୀ ମା ଦୁର୍ଗାଙ୍କ ଆବାହନରେ ପରିବେଶ ହୋଇଛି ଭକ୍ତିମୟl କେଉଁଠି ସୁଉଚ୍ଚ ତୋରଣ ଆକର୍ଷଣ ସାଜିଥିବା ବେଳେ ଆଉ କେଉଁଠି ସୁନାରୂପାରେ ଝଟକୁଛନ୍ତି ମା’ ଦୁର୍ଗା। ଭିନ୍ନ ଭିନ୍ନ ରୂପେ ଏବଂ ପରମ୍ପରାରେ ପୂଜା ପାଉଛନ୍ତି ମାଁ। ବିଭିନ୍ନ ଶକ୍ତୀ ପୀଠ ଠାରୁ ଆରମ୍ଭ କରି ମଣ୍ଡପରେ ହଜାର ହଜାର ଭକ୍ତଙ୍କ ଗହଳି। ଅଷ୍ଟମୀପୂଜାର ନୀତିକାନ୍ତି ପରେ ଏବେ ମଣ୍ଡପରେ ଚାଲିଛି ନବମୀପୁଜାର ଆୟୋଜନ। ସେପଟେ ବିଭିନ୍ନ ଶକ୍ତୀ ପୀଠରେ ମା’ଙ୍କ ଦଶମୀ ପୂଜା ପାଇଁ ପ୍ରସ୍ତୁତି ଅରମ୍ଭ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *