ଦିଲ୍ଲୀ ସରକାର- ଉପରାଜ୍ୟପାଳ ବିବାଦ: ବଡ ପୀଠରେ ଶୁଣାଣି ପାଇଁ କେନ୍ଦ୍ରର ଦାବି

Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାର ଲଢେଇକୁ ନେଇ ସୁପ୍ରିମକୋର୍ଟରେ ମାମଲା। ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଜାରି ଅଧିକାର ଲଢେଇ ଉପରେ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। କେନ୍ଦ୍ରର ଯାଚିକାରେ କୁହାଯାଇଛି କି, ପାଞ୍ଚ ଜଣିଆ ସମ୍ବିଧାନିକ ଖଣ୍ଡପୀଠଠାରୁ ବଡ ପୀଠକୁ ଏହି ମାମଲା ପଠାଯାଉଛି। ତେବେ ଏହି ଯାଚିକାକୁ ବିରୋଧ କରିଛି ଦିଲ୍ଲୀ ସରକାର। ସେପଟେ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କି, ଏହି ମାମଲାର ଶୁଣାଣି ଡିସେମ୍ବର ୮ରେ ହୋଇପାରିବନାହିଁ। କାରଣ ସମ୍ବିଧାନିକ ପୀଠର ଅନ୍ୟତମ ବିଚାରପତି ଜଷ୍ଟିସ କୃଷ୍ଣ ମୁରାରୀ ଅସୁସ୍ଥ ଅଛନ୍ତି। ପରବର୍ତ୍ତୀ ସମୟରେ ମାମଲାର ଶୁଣାଣି ତାରିଖ ଘୋଷଣା ହେବ ବୋଲି ସିଜେଆଇ କହିଛନ୍ତି।

ଦିଲ୍ଲୀରେ କ୍ଷମତା ଓ ଅଧିକାରକୁ ନେଇ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘ ଦିନରୁ ଚାଲିଛି ଟଣା ଓଟରା। ଏହାକୁ ନେଇ ଗୁରୁବାର ଦିନ ସଲିସିଟର ଜେନେରାଲ ତୁଷାର ମେହତା ସିଜେଆଇଙ୍କ ସମ୍ମୁଖରେ ମାମଲାର ଉଲ୍ଲେଖ କରି ଜଣାଇଥିଲେ କି, ସେ ସମ୍ବିଧାନ ପୀଠରେ ଏକ ଆବେଦନ କରିଛନ୍ତି। ଏକ ବଡ ବେଞ୍ଚ ଦ୍ବାରା ମାମଲାର ଶୁଣାଣି ପାଇଁ ଆବେଦନ କରାଯାଇଛି।

ସେପଟେ ମାମଲାକୁ ବିରୋଧ କରିଛି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ପକ୍ଷରୁ ଅଭିଷେକ ମନୁ ସିଙ୍ଘବି କହିଛନ୍ତି କି, ଏହା ଡେରି କରିବାକୁ ଏକ ଯୋଜନା। ଏପରି ମାମଲାକୁ ଶୁଣାଣି ପାଇଁ ଅନୁମତି ଦିଆଯିବା ଅନୁଚିତ।

ତେବେ ଏହା ଉପରେ ସିଜେଆଇ ବି ୱାଇ ଚନ୍ଦ୍ରଚୂଡ କହିଛନ୍ତି କି, ପାଞ୍ଚ ଜଣିଆ ସମ୍ବିଧାନିକ ପୀଠରେ ଶୁଣାଣି ହେଲେ ମୁଦ୍ଦାକୁ ଉଠାଯାଇ ପାରେ। ଗତ ନଭେମ୍ବର ୧୧ ତାରିଖରେ ସିଜେଆଇ କହିଥିଲେ କି, ସମ୍ବିଧାନିକ ପୀଠ ଦିଲ୍ଲୀ ଓ କେନ୍ଦ୍ର ମଧ୍ୟରେ ସେବାକୁ ନେଇ ଉଠୁଥିବା ବିବାଦ ସମ୍ବନ୍ଧିତ ସମ୍ବିଧାନିକ ମୁଦ୍ଦା ନିର୍ଦ୍ଧାରଣ କରିବ।  

ତେବେ ମାମଲାକୁ ନେଇ ଡିସେମ୍ବର ୮ରେ ହେବାକୁ ଥିବା ଶୁଣାଣି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଅସୁସ୍ଥତା କାରଣରୁ ହୋଇପାରିବ ନାହିଁ ଓ ପରବର୍ତ୍ତୀ ସମୟରେ ଦିନ ଧାର୍ଯ୍ୟ କରାଯିବ ବୋଲି ସିଜେଆଇ କହିଛନ୍ତି।

Leave a Reply

Your email address will not be published. Required fields are marked *