ଭୁବନେଶ୍ୱର, ୧୪ ମଇ (ହି.ସ.) – ବିଶ୍ୱ ମାତୃତ୍ୱ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମରେ ଥିବା ସମସ୍ତ ମାଆ ତଥା ବାପାମାନଙ୍କୁ ଉତରୀୟ, ଲୁଗା ଆଦି ବଂଟନ କରାଯାଇଥିଲା । ଏଥିସହିତ ସମସ୍ତ ଅନ୍ତେବାସିନୀ ମାନଙ୍କ ମଧ୍ୟରେ ଏକ କେକ୍ କଟାଯିବା ସହ ମିଠା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଂଟ ଇନ୍ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ । ଏହି କାର୍ଯ୍ୟକ୍ରମରେ କାଇପଦର ଶ୍ରୀଜଗନ୍ନାଥ କଲେଜ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ବିଚିତ୍ରାନନ୍ଦ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now