ବର୍ଷକୁ ୫ ରୁ ୬ ଫିଲ୍ମରେ କାମ କରନ୍ତି ଅକ୍ଷୟ

Spread the love

() ବଲିଉଡର ଖିଲାଡି ଅକ୍ଷୟ କୁମାର। ରିସେଣ୍ଟଲି ରିଲିଜ ହୋଇଥିବା ତାଙ୍କ ଫ୍ଲପ୍ ଫିଲ୍ମକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଅକ୍ଷୟ କୁମାର ଏହା ସହ ତାଙ୍କର ଅପକମିଙ୍ଗ୍ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଛନ୍ତି। ଅକ୍ଷୟ ଗୋଟିଏ ବର୍ଷରେ ପ୍ରାୟ ୫ ରୁ ୬ ଟି ଫିଲ୍ମରେ କାମ କରିଥାନ୍ତି। ନିକଟରେ ତାଙ୍କର ହେରା ଫେରି ସିରିଜର ପାର୍ଟ 3 ଆନାଉନ୍ସ କରାଯାଇଥିଲା। ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି, ତାଙ୍କୁ ଏକ ନ୍ୟୁ ଫିଲ୍ମର ଅଫର ମିଳିଛି। ଏହି ଫିଲ୍ମଟି ଡାଇରେକ୍ଟର ମୁଦାସର ଅଜିଜଙ୍କର ବୋଲି ଜଣା ପଡିଛି। ଏହି ଫିଲ୍ମର ନା’ଖେଲ ଖେଲ ମେଁ’। କୁହାଯାଉଛି ଯେ, ଏହି ଫିଲ୍ମରେ ଅକ୍ଷୟ କମେଡି ରୋଲ୍ କରୁଥିବାର ନଜର ଆସିବେ। ଅକ୍ଷୟଙ୍କ ଫିଲ୍ମ ଫ୍ଲପ୍ ହୋଇଥିଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ଏବେ ସେ ଏକ ମାତ୍ର ଷ୍ଟାର ଅଛନ୍ତି, ଯାହାଙ୍କ ପାଖରେ ଫିଲ୍ମର ଲମ୍ବା ଲାଇନ ଲାଗୁଛି। କେବଳ ସେତିକି ନୁହେଁ, ଲଗାତାର ତାଙ୍କ ଫିଲ୍ମ ସୁଟିଙ୍ଗଙ୍କୁ ମଧ୍ୟ ସେକମ୍ପଲିଟ୍ କରୁଛନ୍ତି।

ନିକଟରେ ଏକ ମିଡିଆ ରିପୋର୍ଟ ଅନୁସାରେ ମୁଦାସର ଅଜିଜ କାଫି ସମୟ ଧରି ଅକ୍ଷୟ କୁମାରଙ୍କ ସହିତ ଏକ କମେଡି ଫିଲ୍ମ ରେ କାମ କରିବା ପାଇଁ ଚାହୁଁଥିଲେ। ଏବଂ ଏହାକୁ ନେଇ ଲମ୍ୱା ସମୟ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଚାଲିଥିଲା। କୁହାଯାଉଛି କି, ଅକ୍ଷୟଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ କାଫି ପସନ୍ଦ ଆସିଥିଲା ଓ ସେ ଫଟାଫଟ ଏହି ଫିଲ୍ମ ପାଇଁ ରାଜି ହୋଇ ଯାଇଥିଲେ।ବର୍ତ୍ତମାନ ଫିଲ୍ମର ସୁଂଟି କେବେ ଆରମ୍ଭ ହେବ ତାହା ଜଣା ପଡିନାହିଁ । କିନ୍ତୁ ଖବର ଅଛି ଯେ, ଫିଲ୍ମକୁ ଭୂଷଣ କୁମାର ଏବଂ ଅଶ୍ୱିନୀ ପ୍ରଡ୍ୟୁସ କରିବେ। ରିପୋର୍ଟରେ ଏଇଟା ମଧ୍ୟ କୁହାଯାଇଛି ଯେ, ଏହି ଫିଲ୍ମର ସମସ୍ତ କାଗଜ ପତ୍ରର କାମ ସରିଯାଇଛି।

ଏହା ବ୍ୟତୀତ ଅକ୍ଷୟଙ୍କ ସହ ଜଡିତ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି। ସେ ଏୟାରଫୋର୍ସ ଉପରେ ଆଧାରିତ ମ୍ୟାଡାକ୍ ଏଣ୍ଟରଟେନମେଣ୍ଟ ର ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଶେଷରେ କହି ରଖିବୁ କି, ଲମ୍ୱା ସମୟ ଧରି ଚର୍ଚ୍ଚା ହେଉଥିଲା କି, ହେରାଫେରୀ ସିରିଜ୍ ର ପାର୍ଟ 3  ହେବାକୁ ଯାଉଛି। ବର୍ତମାନ ଏହାର ଘୋଷଣା ମଧ୍ୟ କରାଯାଇଥିଲା। ଫିଲ୍ମରେ ପୁଣି ଥରେ ଅକ୍ଷୟ କୁମାରଙ୍କ ସହ ସୁନିଲ ସେଠୀ, ପରେଶ ରାୱଲ ନଜର ଆସିବେ। ଏହାକୁ ନେଇ ସମସ୍ତ ଷ୍ଟାର ଓ ଫ୍ୟାନ୍ସମାନେ ବହୁତ ଏକ୍ସାଇଟେଡ୍ ଅଛନ୍ତି।

ଶୁଭଲକ୍ଷ୍ମୀ ସାହୁଙ୍କ, ରିପୋର୍ଟ

Leave a Reply

Your email address will not be published. Required fields are marked *