ଦେଶରେ ୧୧ କୋଭିଡ ସବଭାରିଆଣ୍ଟ ଚିହ୍ନଟ

Spread the love

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଲହର ଆଶଙ୍କା ମଧ୍ୟରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଓମିକ୍ରନ ଭାରିଆଣ୍ଟର ୧୧ ସବ ଭାରିଆଣ୍ଟ ଚିହ୍ନଟ ହୋଇଛି। ୨୪ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୧୯,୨୨୭ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସାମ୍ପୁଲ ଯାଞ୍ଚ ହୋଇଥିବା ବେଳେ ୧୨୪ କୋଭିଡ ପଜିଟିଭ ମିଳିଛନ୍ତି।

ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ନମୁନା ଉଭୟ ଅନ୍ତର୍ଜାତୀୟ ବିମାନବନ୍ଦର ଓ ବନ୍ଦରରୁ ସଂଗ୍ରହ କରାଯାଇଥିଲା। ଯାଞ୍ଚରେ ଚିହ୍ନଟ ୧୨୪ କରୋନା ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି। ସୂତ୍ର ମୁତାବକ, ୧୨୪ ପଜିଟିଭ ସଂକ୍ରମିତଙ୍କ ମଧ୍ୟରେ ୪୦ଜଣଙ୍କର ଜିନୋମ ସିକୁଏନ୍ସିଂର ରିପୋର୍ଟ ଆସିଛି। ଏଥିରେ ଓମିକ୍ରନର ଏକ୍ସବିବି.୧ ସବ ଷ୍ଟ୍ରେନର ସର୍ବାଧିକ ୧୪ ସାମ୍ପୁଲ ମିଳିଛି। ଅନ୍ୟପଟେ ଜଣଙ୍କ ଠାରେ ବିଏଫ ୭.୪.୧ ସବଭାରିଆଣ୍ଟ ମିଳିଛି।

ଗୁରୁବାର ଦେଶରେ କୋଭିଡ ସଂକ୍ରମଣରେ ମଧ୍ୟ ସାମାନ୍ୟ ବୃଦ୍ଧି ଦେଖା ଦେଇଛି। ଗତ ୨୪ ଘଣ୍ଟାରେ ୧୮୮ ନୂଆ କେଶ ମିଳିଛି, ଯେତେବେଳେ ବୁଧବାର ୧୭୪ ନୂଆ କେଶ ମିଳିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଗୁରୁବାର ସକାଳେ ଜାରି ନୂଆ ତଥ୍ୟକୁ ମିଶାଇ ମୋଟ ୪,୪୬,୭୯, ୩୧୯ ସଂକ୍ରମିତ ହୋଇଛନ୍ତି ଦେଶରେ। ସେପଟେ ସକ୍ରିୟ କୋଭିଡ ସଂକ୍ରମଣ ୨୫୫୪ ରହିଛି ଓ ମୃତ୍ୟୁ ୫,୩୦,୭୧୦ରେ ପହଞ୍ଚିଛି।  

Leave a Reply

Your email address will not be published. Required fields are marked *