ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରୁ ଆସିବ ୧୨ ଚିତା

Spread the love

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ । ଏନେଇ ଦୁଇ ଦେଶ ମଧ୍ୟରେ ଏକ ଏମଓୟୁ ସାଇନ ହୋଇଛି। ଏସମ୍ପର୍କରେ ସୂଚନା ଦେଇଛି ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ । ଦେଶରେ ଚିତା ବଂଶ ନିପାତ ହେବା ପରେ କେନ୍ଦ୍ର ପୂର୍ବରୁ ନାମ୍ବିଆରୁ ଚିତା ଆଣିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରୁ ଆଣିବାକୁ ଯାଉଛି। ଆସନ୍ତା ୮ରୁ ୧୦ ବର୍ଷରେ ବାର୍ଷିକ ୧୨ଟି ଚିତା ପଠାଇବ ଦକ୍ଷିଣ ଆଫ୍ରିକା। ଆସନ୍ତା ମାସରେ ୧୨ଟି ଚିତା ବିମାନ ଯୋଗେ ଭାରତକୁ ଆସିବା ନେଇ ସୂଚନା ଦିଆଯାଇଛି।

ଗତବର୍ଷ ନାମ୍ବିଆରୁ ଆସିଥିବା ୮ଟି ଚିତା ବାଘ ସହ ଏବେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ବାଘ ଆସିବ ଭାରତକୁ। ଚିତା ବାଘ ଶିକାର ତଥା ବାସସ୍ଥାନ ନଷ୍ଟ ହେତୁ ଏହି ପ୍ରଜାତିର ଚିତା ବାଘ ବିଲୁପ୍ତ ହେବାରେ ଲାଗିଲାଣି। ଏହାକୁ ପୁନଃଜୀବିତ କରିବାକୁ ସରକାର ଦକ୍ଷିଣ ଆଫ୍ରିକାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *