୧୫୧ ପୁଲିସ ପାଇବେ ୟୁନିୟନ ହୋମ ମିନିଷ୍ଟର ମେଡାଲ

Spread the love

ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ ଯାଞ୍ଚ ପ୍ରକ୍ରିୟାରେ ଉତ୍କର୍ସତା ହାସଲ କରିଥିବା ୧୫୧ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମେଡାଲ ଦିଆଯାଇଛି । ଯେଉଁମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ସେମାନଙ୍କ ମଧ୍ୟରୁ ୧୫ ଜଣ ସବିଆଇରୁ ହୋଇଥିବା ବେଳେ୧୧ ଜଣ ମହାରାଷ୍ଟ୍ର ପୋଲିସ, ୧୦ ଜଣ ଲେଖା ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ପୁଲିସ, ୮ କେରଳ, ରାଜସ୍ଥାନ, ପଶ୍ଚିମ ବଙ୍ଗ ପୁଲିସରୁ ଥିବା ବେଳେ ବାକି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ରହିଛନ୍ତି । ଏହି ସମ୍ମାନ ହାସଲ କରିଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ୨୮ ମହିଳା ପୁଲିସ ଅଧିକାରୀ ।
୨୦୧୮ ମସିହାରେ ଯାଞ୍ଚ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପୁଲିସ ଅଧିକାରୀଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ମେଡାଲର ଆରମ୍ଭ କରାଯାଇଥିଲା । ଲକ୍ଷ୍ୟ ଥିଲା ଅଧିକାରୀଙ୍କ ଯାଞ୍ଚ କ୍ଷେତ୍ରରେ ପ୍ରଫେସନାଲ ଷ୍ଟାଣ୍ଡର୍ଡର ଉନ୍ନତି କରିବା ଓ ଯାଞ୍ଚରେ ପାରଦର୍ଶିତାକୁ ପରିଚୟ ପ୍ରଦାନ କରିଛି । ଏହି ସମ୍ମାନର ଘୋଷଣା ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଘୋଷଣା କରାଯାଇଥାଏ ।

Leave a Reply

Your email address will not be published. Required fields are marked *