ଭିସା ନିୟମ ଉଲ୍ଲଙ୍ଘନ, ୧୭ ବାଙ୍ଗଲାଦେଶୀ ଗିରଫ

Spread the love

ଗୌହାଟି: ପର୍ଯ୍ୟଟକ ଭିସାରେ ଦେଶକୁ ଆସି ଧାର୍ମିକ ଉପଦେଶ ଦେଉଥିବା ଅଭିଯୋଗରେ ୧୭ ବାଙ୍ଗଲାଦେଶୀ ନାଗରିକ ଗିରଫ। ଆସାମର ବିଶ୍ବନାଥ ଜିଲ୍ଲାରୁ ଏହି ୧୭ ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ। ତେବେ ଗିରଫ ବ୍ୟକ୍ତିମାନେ କଟ୍ଟବାଦୀ ସଂଗଠନ ସହ ଜଡିତ କି ନୁହନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏହିପରି ବିଦେଶୀ ଧର୍ମ ଗୁରୁଙ୍କ ଉପରେ ରାଜ୍ୟରେ ଲଗାଯାଇଛି ପ୍ରତିବନ୍ଧକ ବୋଲି ଆସାମ ପୁଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ ରବିବାର ସୂଚନା ଦେଇଛନ୍ତି।

ପୁଲିସ ମୁତାବକ ଏକ ଧାର୍ମିକ ଉପଦେଶଙ୍କ ସମେତ ୧୭ ବାଙ୍ଗଲାଦେଶଙ୍କୁ ବିଶ୍ବନାଥ ଜିଲ୍ଲାର ବାଘମାରୀରୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ଭିସା ଆଇନ ଉଲ୍ଲଙ୍ଘନ ଅଭିଯୋଗ ରହିଛି। ଏମାନଙ୍କ ମଧ୍ୟରୁ ଆଠ ଜଣଙ୍କୁ ପୁଲିସ ରିମାଣ୍ଡରେ ଆଣିଥିବା ବେଳେ ବାକିଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଏମାନେ ବାଘମାରୀରେ ଏକ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।  ଏନେଇ ସୂଚନା ମିଳିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *