କୋଠା ଭୁଶୁଡି ୧୭ ମୃତ

Spread the love

ମୁମ୍ୱାଇ: ମୁମ୍ୱାଇର କୁର୍ଲା ଅଞ୍ଚଳରେ ଏକ ତିନି ତାଲା  କୋଠା ସୋମବାର ମଧ୍ୟରାତ୍ରୀରେ ଭୁଶୁଡି ଘଟଣାରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। କୋଠା ଭୁଶୁଡିବା ପରେ ୧୦୦ ଏନଡିଆରଏଫ  ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ। ଭଙ୍ଗା କାନ୍ଥ ତଳୁ ଏନଡିଆରଏଫ ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି କୋଠାଟିକୁ ବିଏମସି ୯ ବର୍ଷ ପୂର୍ବରୁ ବିପଦଶଙ୍କୁଳ ଘୋଷଣା କରିଥିଲା। କିନ୍ତୁ ଏହାକୁ ଭଙ୍ଗାଯାଇ ନ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ୨୦୧୬ରେ  କୋଠା ମରାମତି କରାଯାଇଥିବା କୁହାଯାଇଥିଲା।

Leave a Reply

Your email address will not be published. Required fields are marked *