୪.୨୨ ଲକ୍ଷ ଦୁର୍ଘଟଣାରେ ୧.୭୩ ଲକ୍ଷଙ୍କ ମୃତ୍ୟୁ

Spread the love

ନୂଆଦିଲ୍ଲୀ: ଦେଶରେ ୨୦୨୧ରେ ମୋଟ ୪.୨୨ ଲକ୍ଷ ଦୁର୍ଘଟଣା ଘଟିଥିବା ବେଳେ  ୧.୭୩ ଲକ୍ଷଙ୍କ  ପ୍ରାଣହାନୀ ଘଟିଛି। ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଉତ୍ତର ପ୍ରଦେଶ ଦେଶର ସମସ୍ତ ରାଜ୍ୟ ମଧ୍ୟରୁ ଅଗ୍ରଭାଗରେ ରହିଛି।  ଟ୍ରାଫିକ ଦୁର୍ଘଟଣାରେ ୨୪,୭୧୧ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶ ପଛକୁ ଦ୍ବିତୀୟରେ ରହିଛି ତାମିଲନାଡୁ, ଯେଉଁଠି ଦୁର୍ଘଟଣାଜନିତ ମୃତ୍ୟୁ ୧୬,୬୮୫ ରେକର୍ଡ ହୋଇଛି। ନିକଟରେ ଏନସିବି ପକ୍ଷରୁ ଦେଶରେ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି।

ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ ତୁଳନାରେ ୨୦୨୧ରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିଥିଲା। ୨୦୨୦ରେ ଦେଶରେ ମୋଟ ୩,୬୮,୮୨୮ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ୪,୨୨,୬୫୯ ଦୁର୍ଘଟଣା ହୋଇଥିଲା। ସେଥିରୁ ସଡକ ଦୁର୍ଘଟଣା ୪,୦୩,୧୧୬ ହୋଇଥିବା ବେଳେ ରେଳ ଦୁର୍ଘଟଣା ୧୭,୯୯୩ ଓ ରେଳ ଧାରଣା ପାର ସମୟରେ ୧୫୫୦ ଦୁର୍ଘଟଣା ହୋଇଛି।

ସେହିପରି ୧,୫୫,୬୨୨ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ  ରେଳ ଦୁର୍ଘଟଣାରେ ୧୬,୪୩୧ ଓ ରେଳବାଇ କ୍ରସିଂରେ ୧,୮୦୭ ଜଣଙ୍କ ପ୍ରାଣହାନୀ ଘଟିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୨୪,୭୧୧, ତାମିଲନାଡ଼ୁରେ ୧୬,୬୮୫ ଜଣ ଓ ମହାରାଷ୍ଟ୍ରରେ ୧୬,୪୪୬ ଜଣ ଟ୍ରାଫିକ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତେବେ ପାର୍ବତୀୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୁର୍ଘଟଣା ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *