ମୋରେନରେ ଦୁଇ ବାୟୁ ସେନା ବିମାନ ଦୁର୍ଘଟଣାଗ୍ରସ୍ତ

Spread the love

ଭୋପାଳ: ଶନିବାର ଦିନ ଦୁଇ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ ସୁ୩୦ ଓ ମିରାଜ ୨୦୦୦ ତାଲିମ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାରୁ ଦୁଇ ପାଇଲଟ ସୁରକ୍ଷିତ ବର୍ତ୍ତି ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟଛି। ସେପଟେ ଏହି ଦୁର୍ଘଟଣାକୁ ନେଇ ବାୟୁ ସେନା ପକ୍ଷରୁ କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦିଆଯାଇଛି।

ଶନିବାର ଦିନ ନିୟମିତ ତାଲିମ ଅନ୍ତର୍ଗତ ବାଲିୟର ଏୟାର ଫୋର୍ସ ବେସରୁ ସୁ୩୦ ଓ ମିରାଜ ବିମାନ ଉଡାଣ ଭରିଥିଲା। ସୁଖୋଇରେ ଦୁଇ ଜଣ ପାଇଲଟ ଥିବା ବେଳେ ମିରାଜକୁ ଜଣେ ପାଇଲଟ ଉଡାଉଥିଲେ। କିନ୍ତୁ ମୋରେନ ଆକାଶରେ ବିମାନ ଉଡୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ବଂସାବଶେଷର ଭିଡିଓ କରାଯାଇଛି।

ଦୁର୍ଘଟଣାର ଖବର ପାଇଁ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଦୁଇ ପାଇଲଟ ଦୁର୍ଘଟଣା ପରେ ବିମାନରୁ ନିଜକୁ ସୁରକ୍ଷିତ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଦେଇଛି ବାୟୁସେନା। ଏହି ଦୁର୍ଘଟଣାରେ ଦୁଇ ବିମାନ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଛି।

ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। କିପରି ଦୁର୍ଘଟଣା ଘଟିଲା? ଆକାଶରେ ଉଭୟ ବିମାନ ପରସ୍ପର ସହ ଧକ୍କା ଖାଇବାରୁ ଏପରି ହୋଇଛି କି କଣ? ତାକୁ ନେଇ ତଦନ୍ତ ଚାଲଥିବା ବେଳେ କୋର୍ଟ ଅଫ ଇନକ୍ବାରୀ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ଘଟଣା ସମ୍ପର୍କରେ ବାୟୁ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଟିକନିକ ସୂଚନା ଦିଆଯାଉଛି।

Leave a Reply

Your email address will not be published. Required fields are marked *