ଦେଶରେ ୨୦,୯୮୦ଟି ୫ଜି ଷ୍ଟେସନ ସ୍ଥାପନ

Spread the love

ନୂଆଦିଲ୍ଲୀ: ଦେଶରେ ୫ଜି ସେବା ଯୋଗାଇ ଦେବାକୁ ଟେଲିକମ  ସେବା ପ୍ରଦାନକାରୀ ଟିଏସପି ଚଳିତ ବର୍ଷ ନଭେମ୍ବର ୨୬ ସୁଦ୍ଧା ୨୦, ୯୮୦ ବେସ ଷ୍ଟେସନ ସ୍ଥାପନ ହୋଇଥିବା ରାଜ୍ୟ ସଭାରେ ରାଷ୍ଟ୍ର ଯୋଗାଯୋଗ  ମନ୍ତ୍ରୀ ଦେଭୁସିଂ ଚୌହାନ ସୂଚନା ଦେଇଛନ୍ତି। ପ୍ରତି ସପ୍ତାହରେ ଆନୁମାନିକ ୨୫ଶହ ବେସ ଷ୍ଟେସନ ସ୍ଥାପନ  ଲକ୍ଷ୍ୟ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।୫ଜି ବେସ ଷ୍ଟେସନ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୫,୮୨୯ ଟି ସ୍ଥାପନ କରାଯାଇଛି। ସେମଧ୍ୟରୁ ଏୟାରଟେଲର ୯୩୮ ଥିବା ବେଳେ ରିଲାଏନ୍ସରୁ ରହିଛି ୪,୮୯୧ଟି।  ରାଜ୍ୟ ସଭାରେ ବିଜେପି ସାଂସଦଙ୍କ ୫ ଜି ସେବାକୁ ନେଇ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହକୁ ଏହି ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ଚଳିତ ଅକ୍ଟୋବର ୧ ତାରିଖରୁ ଦେଶରେ ୫ଜି ସେବାର ଆରମ୍ଭ ହେବା ପରେ ନଭେମ୍ବର ୨୬ ମଧ୍ୟରେ ୨୦,୯୮୦ ଷ୍ଟେସନ ସ୍ଥାପନ ହୋଇଛି।    

Leave a Reply

Your email address will not be published. Required fields are marked *